ଖୋର୍ଦ୍ଧା ଜିଲ୍ଲାର ୫ ବିଜେପି କର୍ମୀ ନିଲମ୍ବିତ

ଦଳବିରୋଧୀ କାର୍ଯ୍ୟରେ ଲିପ୍ତ ଅଭିଯୋଗ

ଭୁବନେଶ୍ବର, ୦୧/୦୯: ଦଳ ବିରୋଧୀ କାର୍ଯ୍ୟ ପାଇଁ ଖୋର୍ଦ୍ଧା ଜିଲ୍ଲାରେ ୫ ଜଣ ବିଜେପି କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାର ୫ ଜଣ ବିଜେପି କର୍ମୀଙ୍କ ବିରୋଧରେ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଖୋର୍ଦ୍ଧା ଜିଲ୍ଲା ବିଜେପିର ପୂର୍ବତନ ସଭାପତି ନିକୁଞ୍ଜ ପଟ୍ଟନାୟକ, ଜିଲ୍ଲା ସମ୍ପାଦକ ବିଦ୍ୟୁତ କାଣ୍ଡି, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ତାପସ ଜେନା, ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ଶିବ ମଲ୍ଲିକ ଓ ସାମାଜିକ କର୍ମୀ ଧନେଶ୍ୱର ବାରିକଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ସେମାନଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।