ଲଞ୍ଚ ହେଲା ସୁଭଦ୍ରା ପୋର୍ଟାଲ

www.subhadra.odisha.gov.in ପୋର୍ଟାଲର ଶୁଭାରମ୍ଭ ହୋଇଛି।

ଗୁଜବ ଖବର ପ୍ରତି ସାବଧାନ ରହିବାକୁ ଉପମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ବର, ୦୨/୦୯: ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦ୍ୱାରା ଉନ୍ମୋଚିତ ହେଲା ସୁଭଦ୍ରା ଯୋଜନାର ୱେବ୍ ପୋର୍ଟାଲ। www.subhadra.odisha.gov.in ପୋର୍ଟାଲର ଶୁଭାରମ୍ଭ ହୋଇଛି।

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ପୋର୍ଟାଲରେ ସୁଭଦ୍ରା ଯୋଜନା ସମ୍ପର୍କିତ ସମସ୍ତ ତଥ୍ୟ ରହିଛି। ସୁଭଦ୍ରା ଯୋଜନାର ଯେକୌଣସି ବିଷୟ ବାବଦରେ ଜାଣିବାକୁ ହେଲେ ଏହି ପୋର୍ଟାଲକୁ ଯାଇ ପଢି ପାରିବେ। ଏହା ବ୍ୟତୀତ ଅନ୍ୟ କୌଣସି ନକଲି ୱେବସାଇଟରେ ପ୍ରସାରଣ ହେଉଥିବା ସୂଚନା ପ୍ରତି ଭ୍ରମିତ ହୁଅନ୍ତୁ ନାହିଁ। ଯଦି ଅଧିକ କିଛି ଜାଣିବାକୁ ଚାହୁଁଛନ୍ତି ତାହାଲେ, ଟୋଲ ଫ୍ରି ନମ୍ବର ୧୪୬୭୮ରେ ଫୋନ୍ କରି ବୁଝି ପାରିବେ। ଏହି ଫୋନ କଲ ସମ୍ପୁର୍ଣ୍ଣ ନିଶୁଳ୍କ ରହିବ। ଓଡ଼ିଆ କିମ୍ବା ଇଂରାଜୀ ଉଭୟ ଭାଷାରେ କଥା ହୋଇ ପାରିବେ। ଏହି ଟୋଲ୍ ଫ୍ରି ନମ୍ବର ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ।

ସେହିପରି ସୁଭଦ୍ରା ଯୋଜନା ପାଇଁ ଫର୍ମ ପର୍ଯ୍ୟାପ୍ତ ପରିମାଣରେ ଏବଂ ମାଗଣାରେ ଉପଲବ୍ଧ ହୋଇଛି। ଆବେଦନକାରୀଙ୍କୁ ପୂରଣ ହୋଇଥିବା ଫର୍ମ ସହିତ କେବଳ ଆଧାର କାର୍ଡର ନକଲ ଦାଖଲ କରିବାକୁ ପଡିବ। ଫର୍ମ ପୂରଣ ପାଇଁ କୌଣସି ଭାଷାଗତ ସମସ୍ୟା ରହିବ ନାହିଁ। ନିଜର ସୁବିଧା ଅନୁସାରେ ଓଡିଆ କିମ୍ବା ଇଂରାଜୀ ଭାଷାରେ ଫର୍ମ ଭରି ପାରିବେ। ମୋ ସେବା କେନ୍ଦ୍ର, ଜନସେବା କେନ୍ଦ୍ର ଓ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ନିର୍ଦ୍ଧାରିତ ସ୍ଥାନ ଓ କାର୍ଯ୍ୟାଳୟରେ ସେପ୍ଟେମ୍ବର ୪ ତାରିଖ ଅପରାହ୍ନରୁ ଏହି ଫର୍ମ ଆରମ୍ଭ ହେବ। ଏହି ଫର୍ମ ଦାଖଲ ସମ୍ପୂର୍ଣ୍ଣ ମାଗଣା ରହିବ। ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀମାନଙ୍କ ନିକଟକୁ ଏହି ଯୋଜନା ପହଞ୍ଚିବା ପର୍ଯ୍ୟନ୍ତ ଏହା ଜାରି ରହିବ।