ନୂଆଁଖାଇ ପାଳିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସଭିଙ୍କ ସହ ମିଶି ନୂଆ ଖାଇଲେ

ସମ୍ବଲପୁର, ୦୮/୦୯: ନୂଆଁଖାଇ ପାଳିଲେ ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମ୍ବଲପୁର ଗସ୍ତ କରି ଅବସରପ୍ରାପ୍ତ କୃଷି ଅଧିକାରୀ ମଦନ ମୋହନ ମିଶ୍ରଙ୍କ ବାସଭବନରେ ନୂଆଁଖାଇ ପାଳିବା ସହ ମା’ ସମଲେଇଙ୍କୁ ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଭିଙ୍କ ସହ ମିଶି ନବାନ୍ନ ଖାଇଛନ୍ତି।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି, ସମ୍ବଲପୁର ଲୋକସଭା ଆସନରୁ ପ୍ରତିନିଧିତ୍ୱ କରିବା ଏହା ମୋ ସୌଭାଗ୍ୟର ବିଷୟ। ପଶ୍ଚିମ ଓଡ଼ିଶାର ସବୁ ଭାଇ ଭଉଣୀଙ୍କୁ ନୂଆଁଖାଇ ଜୁହାର। ଖୁବଶୀଘ୍ର ରାଜ୍ୟରେ ସୁଭଦ୍ରା ଯୋଜନା ଲାଗୁ ହେବାକୁ ଯାଉଛି। ଏଥର ରାଜ୍ୟ ସରକାର ପୂର୍ବ ବର୍ଷ ଅପେକ୍ଷା ଧାନ କ୍ୱିଣ୍ଟାଲ ପିଛା ୮୦୦ ଟଙ୍କା ଅଧିକ ମୂଲ୍ୟରେ ଧାନ କିଣିବେ। ଦେଶରେ ୨୩୦୦ ଟଙ୍କାରେ ଧାନ କିଣା ଯାଉଥିବା ବେଳେ ଓଡ଼ିଶାରେ ୩୧୦୦ ଟଙ୍କାରେ ଧାନ କିଣାଯିବ। ସେହିପରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ତାଙ୍କ ପ୍ରଥମ ‘ନବାନ୍ନ’ରେ ଯୋଗ ଦେବା ପାଇଁ ସମ୍ବଲପୁର ଆସିଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ କିଷାନ ସମ୍ମାନ ନିଧି ଅଧୀନରେ ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀଙ୍କୁ ଆର୍ଥିକ ସହାୟତା ଦିଆଯିବ।