ଓଡ଼ିଶା କ୍ୟାଡର ଆଇଏଏସ ଅଫିସରଙ୍କୁ ନୂତନ ଦାୟିତ୍ବ

ନୂଆ ଅର୍ଥ ସଚିବ ଭାବେ ନିଯୁକ୍ତ ହେଲେ ତୁହିନ କାନ୍ତ ପାଣ୍ଡେ

ନୂଆଦିଲ୍ଲୀ, ୦୮/୦୯: ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସରଙ୍କୁ ନୂତନ ଦାୟିତ୍ବ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର। ଆଇଏଏସ୍ ଅଫିସର ତୁହିନ କାନ୍ତ ପାଣ୍ଡେଙ୍କୁ କେନ୍ଦ୍ର ସରକାର ନୂଆ ଅର୍ଥ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ଏ ନେଇ ବ୍ୟକ୍ତିଗତ, ଜନ ଅଭିଯୋଗ ଓ ପେନସନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗତ ମାସରେ ଟିଭି ସୋମନାଥନ କ୍ୟାବିନେଟ୍ ସଚିବ ଭାବେ ଯୋଗଦେବା ପରେ ଅର୍ଥ ସଚିବ ପଦ ଖାଲି ପଡ଼ିଥିଲା।

ତୁହିନ ପାଣ୍ଡେ ପୂର୍ବରୁ ଇନଭେଷ୍ଟମେଣ୍ଟ ଓ ପବ୍ଲିକ ଆସେଟ ମ୍ୟାନେଜମେଣ୍ଟ ବିଭାଗ (ଡିଆଇପିଏଏମ୍)ର ସଚିବ ଥିଲେ। ୨୦୧୯ରେ ଡିଆଇପିଏମରେ ଯୋଗ ଦେବା ପୂର୍ବରୁ ସେ ଓଡ଼ିଶା ସରକାରଙ୍କ ପ୍ରମୁଖ ସଚିବ ଥିଲେ।