ସିଡିଏ ଅଞ୍ଚଳରେ ଲ’ ପ୍ରଫେସରଙ୍କ ମୃତଦେହ ଉଦ୍ଧାର

ମୃତ୍ୟୁର କାରଣ ଅସ୍ପଷ୍ଟ: ପୋଲିସର ତନାଘନା ଜାରି

କଟକ, ୦୯/୦୯: କଟକରେ ଜଣେ ବଙ୍ଗୀୟ ଲ’ ପ୍ରଫେସରଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। କଟକ ସିଡିଏ ସେକ୍ଟର-୯ ଅଞ୍ଚଳର ଏକ ଘରୁ ମର୍କତନଗର ପୁଲିସ ଏକ ମୃତଦେହ ଉଦ୍ଧାର କରିଛି। ମୃତ ମହିଳା ପ୍ରଫେସରଙ୍କ ନାମ ଅନନ୍ୟା ଚକ୍ରବର୍ତ୍ତୀ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ମୃତକ ଜଣକ କଟକ ନରାଜ ଅଞ୍ଚଳରେ ଥିବା ଏକ ବିଶ୍ୱବିଦ୍ୟାଳୟରେ ଅଧ୍ୟାପିକା ଥିଲେ। ସେ ସିଡିଏ ସେକ୍ଟର ୯ରେ ଏକ ଭଡ଼ା ଘରେ ରହୁଥିଲେ। ଗତକାଲି ଅପରାହ୍ନରେ ପୁଲିସ ପ୍ରଫେସରଙ୍କୁ ଘରୁ ଉଦ୍ଧାର କରିଥିଲା। ଆଜି କଟକ ଏସ୍ସିବି ମେଡିକାଲରେ ଶବ ବ୍ୟବଚ୍ଛେଦ କରାଯିବ। ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହି ଘଟଣାରେ ପୁଲିସ ତଦନ୍ତ ଜାରି ରଖିଛି।