ଜମ୍ମୁ: ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ

ଜମ୍ମୁ-କଶ୍ମୀରର ନୌଶେରା ସେକ୍ଟରରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ ଆତଙ୍କବାଦୀ।

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କୀ ନିହତ

ଜମ୍ମୁ, ୦୯/୦୯: ଜମ୍ମୁ-କଶ୍ମୀରର ରାଜୌରୀ ଜିଲ୍ଲାର ନୌଶେରା ସେକ୍ଟରରେ ଏଲ୍ଓସି ନିକଟରେ ଅନୁପ୍ରବେଶ ଉଦ୍ୟମ ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ୨ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯିବା ସହ ୨ଟି ଏକେ-୪୭ ଓ ଗୋଟିଏ ପିସ୍ତଲ ସମେତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ସୂଚନାନୁଯାୟୀ, ସମ୍ଭାବ୍ୟ ଅନୁପ୍ରବେଶ ଉଦ୍ୟମ ସମ୍ପର୍କରେ ଗୁଇନ୍ଦା ଏଜେନ୍ସି ଏବଂ ଜମ୍ମୁ-କଶ୍ମୀର ପୁଲିସର ସୂଚନା ଆଧାରରେ ଭାରତୀୟ ସେନା ପକ୍ଷରୁ ସେପ୍ଟେମ୍ବର ୮ ଓ ୯ ତାରିଖ ମଧ୍ୟରାତ୍ରିରେ ନୌଶେରା ସେକ୍ଟରରେ ଅନୁପ୍ରବେଶ ବିରୋଧୀ ଅଭିଯାନ ଆରମ୍ଭ କରାଯାଇଥିଲା।