ଆଜି ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ

ବନ୍ୟା ସ୍ଥିତି ସମୀକ୍ଷା କରିବେ

ଭୁବନେଶ୍ବର, ୧୨/୦୯: ଗତ କିଛି ଦିନ ଦିନ ଧରି ଲଗାଣ ବର୍ଷା ହେବା ଫଳରେ ମାଲକାନଗିରି ଜିଲ୍ଲାରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ବନ୍ୟାଞ୍ଚଳରେ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରିବା ପାଇଁ ଆଜି ମାଲକାନଗିରି ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଅପରାହ୍ନ ପ୍ରାୟ ୩ଟାରେ ଶ୍ରୀ ମାଝୀ ଭୁବନେଶ୍ବରରୁ ହେଲିକପ୍ଟର ଯୋଗେ ମାଲକାନଗିରି ଯାଇ ବନ୍ୟା ସ୍ଥିତି ସମୀକ୍ଷା କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ମାଲକାନଗିରିରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।