ଓଏଏସ୍ ପ୍ରିଲିମିନାରୀ ପରୀକ୍ଷା ପାଇଁ ତାରିଖ ଘୋଷଣା

ଓପିଏସସି ଜାରି କଲା ବିଜ୍ଞପ୍ତି

ଭୁବନେଶ୍ବର, ୧୨/୦୯: ଓଡ଼ିଶା ଲୋକସେବା କମିଶନ (ଓପିଏସସି) ଦ୍ଵାରା ପରିଚାଳିତ ହେଉଥିବା ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାର ପ୍ରିଲିମିନାରୀ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି। ଏ ନେଇ ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଅକ୍ଟୋବର ୨୭ ତାରିଖରେ ଓଡ଼ିଶା ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା-୨୦୨୩ ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ପରବର୍ତ୍ତୀ ସମୟରେ ଉକ୍ତ ପରୀକ୍ଷାର ବିସ୍ତୃତ ସୂଚୀ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ଅଧିକ ସୂଚନା ପାଇଁ ପ୍ରାର୍ଥୀମାନେ http://opsc.gov.in ୱେବସାଇଟରେ ତଥ୍ୟ ପାଇ ପାରିବେ।