ଭୁବନେଶ୍ବର ବିମାନବନ୍ଦରରୁ ଜବତ ହେଲା ୨୦ କେଜି ସୁନା

ରାଜସ୍ଥାନରୁ ଓଡ଼ିଶାର ଅନୁଗୁଳ ଓ କଳାହାଣ୍ଡି ଜିଲ୍ଲାକୁ ସୁନା ଆସୁଥିଲା।

୧୭ ବ୍ୟବସାୟୀ ଅଟକ

ଭୁବନେଶ୍ବର, ୧୩/୦୯: ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଜବତ ହେଲା ୨୦ କେଜି ସୁନା। ସୁନା ଜବତ କଲା ବାଣିଜ୍ୟକର ଓ ସାମଗ୍ରୀ ଓ ସେବା କର (ସିଟି ଓ ଜିଏସଟି) ବିଭାଗ। ଏହି ମାମଲାରେ ୧୭ ଜଣ ବ୍ୟବସାୟୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ମୁମ୍ବାଇରୁ ଆସୁଥିବା ଇଣ୍ଡିଗୋ ବିମାନରୁ ଜବତ ହୋଇଥିବା ଏହି ୨୦ କେଜି ସୁନାରୁ ୧୬ କେଜି ସୁନାର ହିସାବ ମିଳିଥିବା ବେଳେ ୪ କେଜି ସୁନାର ହିସାବ ମେଳ ଖାଉନାହିଁ। ଏହି ସୁନା ରାଜସ୍ଥାନରୁ ଓଡ଼ିଶାର ଅନୁଗୁଳ ଓ କଳାହାଣ୍ଡି ଅଞ୍ଚଳର ବ୍ୟବସାୟୀଙ୍କୁ ପଠା ଯାଉଥିଲା।

ସୂଚନାଯୋଗ୍ୟ, ଗତ ଅଗଷ୍ଟ ୨୬ ତାରିଖରେ ସିଟି ଓ ଜିଏସ୍ ଟି ବିଭାଗ ବିମାନବନ୍ଦରରୁ ୩୦ କେଜି ସୁନା ଓ ୨୦୦ କେଜି ରୁପା ଜବତ କରିଥିଲା। ସମ୍ପୃକ୍ତ ବ୍ୟବସାୟୀଙ୍କୁ ଏ ନେଇ ନୋଟିସ୍ ଜାରି କରାଯାଇଥିଲା। ଏହି ଘଟଣାର ତଦନ୍ତ ଜାରି ରହିଛି।