ଆସନ୍ତାକାଲି ଓଡ଼ିଶା ଆସିବେ ଜେପି ନଡ୍ଡା

ଦଳୀୟ ନେତାଙ୍କୁ ଦେବେ ଗୁରୁମନ୍ତ୍ର

ଭୁବନେଶ୍ବର,୨୫/୦୯: ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ଶ୍ରୀ ନଡ୍ଡା ପୂର୍ବାହ୍ନ ସାଢ଼େ ୧୧ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ସାଂସଦ, ବିଧାୟକ ଓ ଦଳୀୟ କର୍ମୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ପାଇଁ ସିଧାସଳଖ ବିଜେପି ମୁଖ୍ୟାଳୟକୁ ଯିବେ।

ବିଭିନ୍ନ ସ୍ଥାନରେ ଚାଲିଥିବା ଦଳର ସଦସ୍ୟତା ଅଭିଯାନ ସମ୍ପର୍କରେ ମାର୍ଗଦର୍ଶନ ଦେବେ ଶ୍ରୀ ନଡ୍ଡା। ଅପରାହ୍ନରେ ସୁଆଣ୍ଡୋ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହା ପରେ ଶ୍ରୀ ନଡ୍ଡା ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ।