୧ କୋଟି ମହିଳାଙ୍କ ପାଖରେ ପହଞ୍ଚିବ ‘ସୁଭଦ୍ରା’

ଉପମୁଖ୍ୟମନ୍ତ୍ରୀଙ୍କ ବଡ ସୂଚନା

ଭୁବନେଶ୍ୱର, ୨୫/୦୯: ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଏଯାଏଁ ଆବେଦନ କଲେଣି ୯୨ ଲକ୍ଷରୁ ଅଧିକ ମହିଳା। ଏମାନଙ୍କ ଭିତରୁ ୨୫ ଲକ୍ଷ ୧୧ ହଜାର ହିତାଧିକାରୀଙ୍କୁ ଏହି ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରାଯାଇଛି। ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ଉପମୁଖ୍ୟମନ୍ତ୍ରୀ କହିଥିଲେ ଯେ ସୁଭଦ୍ରା ଯୋଜନା ପାଇଁ ଏପର୍ଯ୍ୟନ୍ତ ୯୨ ଲକ୍ଷ ମହିଳା ପଞ୍ଜୀକରଣ କରିଥିବା ବେଳେ ଚଳିତ ସପ୍ତାହ ଶେଷ ସୁଦ୍ଧା ଏହି ସଂଖ୍ୟା ୧ କୋଟିରେ ପହଞ୍ଚିବ। ବର୍ତ୍ତମାନ ସୁଦ୍ଧା ଯେଉଁ ମହିଳାମାନେ ଏହି ଯୋଜନା ପାଇଁ ଆବେଦନ କରିଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ପ୍ରଥମ କିସ୍ତି ପାଇନାହାଁନ୍ତି ସେମାନେ ଖୁବ୍ ଶୀଘ୍ର ଏହା ପାଇବେ। ମାର୍ଚ୍ଚ ୮ ସୁଦ୍ଧା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା ହୋଇଯିବ। ଇ-କେୱାଇସି ଯୋଗୁଁ ସମୟ ଲାଗୁଛି। ତେବେ ମାର୍ଚ୍ଚ ୮ରେ ଅନ୍ତର୍ଜାତୀୟ ମହିଳା ଦିବସରେ ଏକାବେଳକେ ସମସ୍ତ ହିତାଧିକାରୀଙ୍କୁ ଦ୍ୱିତୀୟ କିସ୍ତି ମିଳିବ। ଖୁବଶୀଘ୍ର ସୁଭଦ୍ରା ଯୋଜନାର ୪ଟି ସ୍ଲାବ ଚୂଡ଼ାନ୍ତ ହୋଇ ସମସ୍ତ ହିତାଧିକାରୀଙ୍କୁ ସହାୟତା ମିଳିବ।