ବାତିଲ ହେଲା ପିଜିଟି ପରୀକ୍ଷା

ଅକ୍ଟୋବର ୬ ତାରିଖରେ ହୋଇଥାନ୍ତା ପଦାର୍ଥ ବିଜ୍ଞାନ, ଗଣିତ ଓ ଓଡ଼ିଆ ବିଷୟରେ ପିଜିଟି ପରୀକ୍ଷା।

ଅନିବାର୍ଯ୍ୟ କାରଣ ଦର୍ଶାଇ ବାତିଲ କଲା ଓପିଏସସି

ଭୁବନେଶ୍ବର, ୦୬/୧୦: ବାତିଲ୍ ହେଲା ଓପିଏସସି ଦ୍ୱାରା ପରିଚାଳିତ ପିଜିଟି ପରୀକ୍ଷା। ଆସନ୍ତା ଅକ୍ଟୋବର ୬ ତାରିଖରେ ହେବାକୁ ଥିବା ପଦାର୍ଥ ବିଜ୍ଞାନ, ଗଣିତ ଓ ଓଡ଼ିଆରେ ସ୍ନାତକୋତ୍ତର ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ଓପିଏସସି ପେପର-୧ ଓ ପେପର-୨ର ଲିଖିତ ପରୀକ୍ଷାକୁ ଅନିବାର୍ଯ୍ୟ କାରଣ ଦର୍ଶାଇ ବାତିଲ କରିଛି। ଅନ୍ୟ ସମସ୍ତ ବିଷୟରେ ପରୀକ୍ଷା ନିର୍ଦ୍ଧାରିତ ସମୟ ଅନୁଯାୟୀ ହେବ। ଉପରୋକ୍ତ ତିନୋଟି ବିକଳ୍ପ ବିଷୟର ପରୀକ୍ଷା ପାଇଁ ପରବର୍ତ୍ତୀ ତାରିଖ ପରେ ବିଜ୍ଞପ୍ତି ପ୍ରକାଶ ପାଇବ। କାର୍ଯ୍ୟକ୍ରମ ବିଜ୍ଞପ୍ତି ସମ୍ପର୍କରେ ଅଧିକ ସୂଚନା ପାଇଁ ପରୀକ୍ଷାର୍ଥୀମାନେ ନିୟମିତ ଭାବେ ଓପିଏସସିର ୱେବସାଇଟକୁ ଯିବାକୁ ପରାମର୍ଶ ଦିଆଯାଇଛି।