କମଳା ରଙ୍ଗ ଧାରଣ କରିବ ସରକାରୀ କୋଠା

ରାଜ୍ୟରେ ବଦଳିବ ସରକାରୀ କୋଠାର ରଙ୍ଗ

ଭୁବନେଶ୍ବର, ୦୭/୧୦: ରାଜ୍ୟରେ ସରକାରୀ ସ୍କୁଲର ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପୋଷାକର ରଙ୍ଗ ପରିବର୍ତ୍ତନ କରିବା ପାଇଁ ବିଜ୍ଞପ୍ତି ବାହାରିବା ପରେ ଆଜି ସରକାରୀ କୋଠାର ରଙ୍ଗ ପରିବର୍ତ୍ତନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସବୁ ସରକାରୀ କୋଠା ଯେପରିକି ସ୍କୁଲ ଓ ସରକାରୀ କାର୍ଯ୍ୟାଳୟର ରଙ୍ଗ ବଦଳିବ। ବାହାର କାନ୍ଥର ରଙ୍ଗ କମଳା ଏବଂ ବର୍ଡର ଲାଲ ରଙ୍ଗ ରହିବ। ଏ ନେଇ ପୂର୍ତ୍ତ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟର ସମସ୍ତ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଚିଠି ଲେଖିଛି ପୂର୍ତ୍ତ ବିଭାଗ। କୋଠା ଯଦି କାର୍ଯ୍ୟକ୍ଷମ ଅଛି, ତେବେ ମରାମତି ବେଳେ ରଙ୍ଗ ବଦଳିବ।