ବାତ୍ୟା ‘ଦାନା’କୁ ନେଇ ନୂଆ ତଥ୍ୟ

ଚିହ୍ନଟ ହେଲା ଲ୍ୟାଣ୍ଡଫଲ ସ୍ଥଳ

ଭୁବନେଶ୍ବର, ୨୩/୧୦: ଆଜି ସକାଳେ ବାତ୍ୟାର ରୂପ ନେଇଛି ଗତ କାଲିଠୁ ସୃଷ୍ଟି ହୋଇଥିବା ଗଭୀର ଅବପାତ। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ହୋଇ ଉପକୂଳ ଆଡକୁ ମୁହାଁଉଛି ବାତ୍ୟା ଦାନା। ଘଣ୍ଟା ପ୍ରତି ୧୮ କିମି ବେଗରେ ଆଗକୁ ବଢୁଛି ଦାନା। ଆସନ୍ତାକାଲି ସକାଳ ସୁଦ୍ଧା ଏହା ଭୀଷଣ ବାତ୍ୟାର ରୂପ ନେବ। ତେବେ ବାତ୍ୟାର ଲ୍ୟାଣ୍ଡଫଲ ନେଇ ଆସୁଛି ଭିନ୍ନ ଭିନ୍ନ ତଥ୍ୟ। ଦାନାର ଲ୍ୟାଣ୍ଡଫଲ ନେଇ ଚିହ୍ନଟ ହେଲା ସ୍ଥଳ। ଭିତରକନିକା ଓ ଧାମରା ବନ୍ଦର ମଧ୍ୟରେ ଲ୍ୟାଣ୍ଡଫଲ କରିବା ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ। ୨୪ ତାରିଖ ମଧ୍ୟରାତ୍ରି କିମ୍ବା ୨୫ ତାରିଖ ସକାଳେ ଲ୍ୟାଣ୍ଡଫଲ କରିବ ଦାନା। ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୦୦ରୁ ୧୧୦ କିମି ମଧ୍ୟରେ ରହିବ।