ବାତ୍ୟା ପାଇଁ ଭୟଭୀତ ନ ହେବାକୁ ନବୀନଙ୍କ ପରାମର୍ଶ

ନିଜେ ସଜାଗ ରହିବା ସହ ପ୍ରଶାସନକୁ ସହଯୋଗ କରିବାକୁ ଅନୁରୋଧ

ଭୁବନେଶ୍ବର, ୨୩/୧୦: ୧୯୯୯ ମସିହାର ପ୍ରଳୟଙ୍କରୀ ମହାବାତ୍ୟା ଓ ଫନି ଭଳି ବିଭୀଷିକା ରଚିଥିବା ବାତ୍ୟା ଦେଖିଥିବା ଓଡ଼ିଶାବାସୀଙ୍କୁ ବାତ୍ୟା ‘ଦାନା’କୁ ନେଇ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

ଏକ ଭିଡିଓ ବାର୍ତ୍ତା ଜାରି କରି ବିରୋଧୀ ଦଳ ନେତା ନବୀନ କହିଛନ୍ତି, ବାତ୍ୟା ଆସୁଥିବା ଖବର ପାଇ ଆମେ ସମସ୍ତେ ଚିନ୍ତିତ। ପୂର୍ବରୁ ଆମେ ସମସ୍ତେ ମିଶି ସଫଳତାର ସହ ଅନେକ ବାତ୍ୟାର ମୁକାବିଲା କରିଛେ। ଆମର ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ବହୁତ ଭଲ। ତେଣୁ ଆପଣମାନଙ୍କୁ ମୋର ଅନୁରୋଧ ବାତ୍ୟା ପାଇଁ ଆପଣ ମାନେ ଭୟ କରନ୍ତୁ ନାହିଁ। ସଜାଗ ରୁହନ୍ତୁ। ଜୀବନ ଅମୁଲ୍ୟ, ନିରାପଦ ରୁହନ୍ତୁ,ବାତ୍ୟା ମୁକାବିଲାରେ ପ୍ରଶାସନକୁ ପୂରା ସହଯୋଗ କରନ୍ତୁ। ଏଥି ସହିତ ଶ୍ରୀ ନବୀନ ପଟ୍ଟନାୟକ ଏଭଳି ବିପଦ ସମୟରେ ଲୋକଙ୍କୁ ସାହାଯ୍ୟ କରିବାକୁ ସବୁ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଅନୁରୋଧ କରିଛନ୍ତି।