ବାତ୍ୟା ପ୍ରଭାବ!

କ’ଣ ବନ୍ଦ ରହିବ ଦେଖନ୍ତୁ

ଭୁବନେଶ୍ବର, ୨୩/୧୦: ବାତ୍ୟା ‘ଦାନା’ ପ୍ରଭାବରେ ସମ୍ଭାବ୍ୟ ଧନଜୀବନ ହାନିକୁ ଦୃଷ୍ଟିରେ ରଖି ୨୪ ଓ ୨୫ ତାରିଖ ପାଇଁ ୨ ଦିନ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଛି। ବର୍ତ୍ତମାନ ହବିଷ୍ୟାଳୀମାନେ ବ୍ରତ ପାଳନ କରିବା ପାଇଁ ପୁରୀରେ ରହିଥିବା ବେଳେ ଶ୍ରୀମନ୍ଦିର ଦର୍ଶନକୁ ୨ ଦିନ ଯାଏଁ ବନ୍ଦ ରହିବ। ସେହିପରି ସୂର୍ଯ୍ୟ ମନ୍ଦିର ଦର୍ଶନ ମଧ୍ୟ ବନ୍ଦ ରହିବ। ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ ବନ୍ଦ ରହିବ। ଦୁଇ ଦିନ ପାଇଁ ଢେଙ୍କାନାଳରେ ଆୟୋଜିତ ଓରମାସ ତରଫରୁ ପଲ୍ଲିଶ୍ରୀ ମେଳା ମଧ୍ୟ ବନ୍ଦ ରହିବ।