ଦୁଇ ଦିନ ପାଇଁ ବନ୍ଦ ରହିବ ହାଇକୋର୍ଟ

ଦେଖନ୍ତୁ ଏହା ବଦଳରେ କେଉଁଦିନ ହେବ ଅଦାଲତ କାର୍ଯ୍ୟ

କଟକ, ୨୩/୧୦: ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଓଡ଼ିଶା ହାଇକୋର୍ଟ ଅକ୍ଟୋବର ୨୪ ଓ ୨୫ ରେ ବନ୍ଦ ରହିବ। ଏହା ବଦଳରେ ହାଇକୋର୍ଟ ନଭେମ୍ବର ୩୦ (ଶନିବାର) ଓ ଡିସେମ୍ବର ୭ (ଶନିବାର) କାର୍ଯ୍ୟ ଦିବସ ଘୋଷଣା କରିଛନ୍ତି। ସେହି ଅନୁଯାୟୀ ହାଇକୋର୍ଟ କ୍ୟାଲେଣ୍ଡରରେ ସଂଶୋଧନ କରାଯିବ ବୋଲି ବୁଧବାର ଓଡ଼ିଶା ହାଇକୋର୍ଟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।