ଟ୍ୱିନ୍‌ସିଟିରେ ପ୍ରବଳ ବର୍ଷା ନେଇ ଆଲର୍ଟ

ଭୁବନେଶ୍ୱର:  ଟ୍ବିନସିଟିରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କଲା ପାଣିପାଗ କେନ୍ଦ୍ର । ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇପାରେ ଟ୍ରାଫିକ ସମସ୍ୟା । ତଳିଆ ଅଞ୍ଚଳ ଜଳମଗ୍ନ ହେବା ସମ୍ଭାବନା । ଘଣ୍ଟାପ୍ରତି ୨୦ରୁ ୩୦ ମିଲିମିଟର ବର୍ଷା ଆକଳନ କରିଛି ପାଣିପାଗ କେନ୍ଦ୍ର ।

ତେଣୁ ଏହି ବର୍ଷା ସମୟରେ ଯଥାସମ୍ଭବ ବାହାରକୁ ଯିବାରୁ ନିବୃତ ରହିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପୁଣି ୧୭ ତାରିଖରେ ଆସୁଛି ଆଉ ଏକ ଲଘୁଚାପ । ତାହା ପୁଣି ବଙ୍ଗୋପସାଗରରେ ସୃଷ୍ଟି ହୋଇ ଓଡ଼ିଶା ଉପରେ ପ୍ରଭାବ ପକାଇବ । ତେବେ ତାହ ଅଧିକ ଘନୀଭୁତ ହେବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଯଦି ଘନୀଭୁତ ହୁଏ ତେବେ ପୁଣି ଆହୁରି ଏକ ସପ୍ତାହ ଯାଏଁ ଲଗାଣ ବର୍ଷା ଜାରି ରହିବ ।