ଯୋଗୀ ଆଦିତ୍ୟ ନାଥଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିକୁ ଗିରଫ କଲା ଲକ୍ଷ୍ନୌ ସାଇବାର ପୁଲିସ। ରାଜସ୍ଥାନର ମେୱାତ ତାକୁ ଗିରଫ କରାଯାଇଛି। ଅଭିଯୁକ୍ତର ନାମ ସରଫରାଜ ବୋଲି ଜଣାପଡ଼ିଛି।

ସୋମବାର (ଅଗଷ୍ଟ ୮) ଉତ୍ତର ପ୍ରଦେଶ ପୁଲିସର ଟେକ୍ସଟ୍ ହେଲ୍‌ପ ଲାଇନ ନମ୍ବର ୧୧୨କୁ ଏକ ହ୍ୱାଟ୍ସଆପ୍‌ ମେସେଜ୍ ଆସିଥିଲା। ଏହି ମେସେଜ୍‌ରେ ଯୋଗୀଙ୍କୁ ହତ୍ୟା କରିବାକୁ ଧମକ ଦିଆଯାଇଥିଲା। ଏହାପରେ ମୁଖ୍ୟାଳୟ ଷ୍ଟେସନ କମାଣ୍ଡର ସୁଭାଷ କୁମାର ଶୁଶାନ୍ତ ଗଲ୍ଫ ସିଟି ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ଏନେଇ ଉତ୍ତର ପ୍ରଦେଶ ପୁଲିସ ଶନିବାର ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା।

ତେବେ ଏଇ ଗୋଟିଏ ନୁହେଁ ଯୋଗୀ ଆଦିତ୍ୟ ନାଥଙ୍କୁ ହତ୍ୟା କରିବାକୁ ଆଉ ଏକ ଧମକ ମଧ୍ୟ ମିଳିଛି। ସଲମାନ ସିଦ୍ଦିକି ନାମକ ଜଣେ ବ୍ୟକ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ସମେତ ଭାରତୀୟ କୃଷକ ମଞ୍ଚରର ଜାତୀୟ ସଭାପତି ଏବଂ ପାଆଇଏଲ୍ କାର୍ଯ୍ୟକର୍ତ୍ତା ଦେବେନ୍ଦ୍ର ତିୱାରୀଙ୍କୁ ହତ୍ୟା ଧମକ ଦେଇଛି। ଏହି ଘଟଣା ପରେ ପୁଲିସ ସଲମାନ ନାଁରେ ମାମଲା ରୁଜୁ କରିଛି। ଲକ୍ଷ୍ନୌରେ ଥିବା ଦେବେନ୍ଦ୍ର ତିୱାରୀଙ୍କ ଘରକୁ ଏଭଳି ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା। ଚିଠିରେ ତାଙ୍କୁ ଓ ଯୋଗୀ ଆଦିତ୍ୟ ନାଥଙ୍କୁ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି।