ବ୍ରହ୍ମପୁର, ୦୨/୧୧: ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇଙ୍କୁ ମିଳିଛି ଧମକପୂର୍ଣ୍ଣ ଫୋନ୍ କଲ୍। କେହି ବ୍ୟକ୍ତି ଏକ ଅଜଣା ନମ୍ବରରୁ କଲ କରି ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରୁ ମାରି ଦେବା ଭଳି ହତ୍ୟା ଧମକ ଦେଇଥିଲେ। ଏ ନେଇ ସେ ବ୍ରହ୍ମପୁର ଟାଉନ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ପୋଲିସ ତଦନ୍ତ ଆରମ୍ଭ କରିବା ପରେ ଉକ୍ତ ଧମକପୂର୍ଣ୍ଣ କଲ କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ନିର୍ବାହୀ ଯନ୍ତ୍ରୀ ଲଳିତ ମୋହନ ଦାସ। ଅଭିଯୋଗ ଆଧାରରେ ଲଳିତ ମୋହନ ଦାସଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ବହୁ ବର୍ଷ ଧରି ବିଇଏମସିରେ କାର୍ଯ୍ୟ କରୁଥିଲେ ମଧ୍ୟ ଗତ କିଛି ତଳେ କୌଣସି କାରଣ ମୁତାବକ ତାଙ୍କୁ ଦାୟିତ୍ୱ ମୁକ୍ତ କରାଯାଇଥିଲା। ଯାହାଫଳରେ ଉତକ୍ଷିପ୍ତ ହୋଇ ଶ୍ରୀ ଦାସ ଏହି ଧମକପୂର୍ଣ୍ଣ କଲ କରିଥିବା ପୋଲିସ ଅନୁମାନ କରୁଛି।