ମୁମ୍ବାଇ, ୦୫/୧୧: ବଲିଉଡ୍ ଅଭିନେତା ସଲମାନ୍ ଖାନଙ୍କୁ ପୁଣି ମିଳିଛି ହତ୍ୟା ଧମକ। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ପକ୍ଷରୁ ସଲମାନଙ୍କୁ ନୂଆ ଧମକ ମିଳିଛି। ଯଦି ଅଭିନେତା ସଲମାନ ଖାନ୍ ବଞ୍ଚିବାକୁ ଚାହୁଁଛନ୍ତି ତାହାଲେ ମନ୍ଦିର ଯାଇ ମୃଗ ଶିକାର କରିଥିବା ଭୁଲ ପାଇଁ କ୍ଷମା ମାଗନ୍ତୁ ନହେଲେ ୫ କୋଟି ଟଙ୍କା ଦିଅନ୍ତୁ ବୋଲି ମୁମ୍ବାଇ ପୋଲିସର ଟ୍ରାଫିକ କଣ୍ଟ୍ରୋଲ ୟୁନିଟ୍ ପାଖକୁ ଏଭଳି ଧମକପୂର୍ଣ୍ଣ ମେସେଜ ଆସିଛି।
ମେସେଜ କରିଥିବା ବ୍ୟକ୍ତି ଜଣକ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଭାଇ ବୋଲି ଦାବି କରୁଥିବା ସଲମାନ ଖାନ ଏପରି ନ କରନ୍ତି ତେବେ ତାଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଛି ଦୁର୍ବୃତ୍ତ। ମୁମ୍ବାଇ ପୋଲିସ କହିଛି ଯେ ଅଧିକ ତଦନ୍ତ ଚାଲିଛି ଏବଂ ମେସେଜ ପଠାଇଥିବା ବ୍ୟକ୍ତିଙ୍କୁ ଖୋଜା ଚାଲିଛି।
ଅକ୍ଟୋବର ୩୦ ରେ ଖାନଙ୍କୁ ଜଣେ ଅଜ୍ଞାତ ବ୍ୟକ୍ତି ଏହିଭଳି ହତ୍ୟା ଧମକ ଦେଇଥିଲେ, ଯିଏ ତାଙ୍କଠାରୁ ୨ କୋଟି ଟଙ୍କା ଲାଞ୍ଚ ମାଗିଥିଲେ।