ଇନଷ୍ଟିଟ୍ୟୁସନ ଅଫ ଇଞ୍ଜିନିୟରସରେ କେମିକାଲ୍ ଇଞ୍ଜିନିୟରଙ୍କ ୩୯ ତମ ଜାତୀୟ ସମ୍ମିଳନୀ
ଯୋଗ ଦେଲେ ୨୦୦ରୁ ଉର୍ଦ୍ଧ୍ବ ଇଞ୍ଜିନିୟର ଓ ଶିଳ୍ପଦ୍ୟୋଗୀ
ଭୁବନେଶ୍ୱର, ୦୯/୧୧: ଇନଷ୍ଟିଟ୍ୟୁସନ ଅଫ ଇଞ୍ଜିନିୟରସ୍ ରେ କେମିକାଲ୍ ଇଞ୍ଜିନିୟରଙ୍କ ୩୯ ତମ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି l
ଏହି ଜାତୀୟ ସମ୍ମିଳନୀ ୨ ଦିନ ଧରି ଅନୁଷ୍ଠିତ ହେବାକୁ ଥିଲାବେଳେ ଏଥିରେ କେମିକାଲ, ମେଟାଲର୍ଜିକାଲ୍ ଓ ମିନେରାଲ ଇଂଞ୍ଜିନିୟରିଂ ସମ୍ପର୍କିତ ୨୦ରୁ ଅଧିକ ଉଚ୍ଚକୋଟୀର ଗବେଷଣା ମୂଳକ ନିବନ୍ଧ ଉପସ୍ଥାପନା ଓ ଆଲୋଚନା କାର୍ଯ୍ୟକ୍ରମ ସ୍ଥିର କରାଯାଇଅଛି ।
ଏହି ଜାତୀୟ ସମ୍ମିଳନୀ ଉଦ୍ଘାଟନୀ ଅବସରରେ ମୁଖ୍ୟ ଅତିଥି ଭାବେ ଭାରତୀୟ ବିରଳ ମୃତ୍ତିକା ସଂସ୍ଥା ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡଃ ଦୀପେନ୍ଦ୍ର ସିଂ , ମୁଖ୍ୟବକ୍ତା ଭାବରେ ରେ ସି.ଏସ୍.ଆଇ.ଆର୍. ଏବଂ ଆଇ.ଏମ୍. ଏମ୍.ଟି, ଭୁବନେଶ୍ୱର ର ନିର୍ଦ୍ଦେଶକ ଡଃ ରାମାନୁଜ ନାରାୟଣ, ତଥା ଇନଷ୍ଟିଟ୍ୟୁସନ ଅଫ ଇଞ୍ଜିନିୟରସ୍ ର କେମିକାଲ୍ ଇଞ୍ଜିନିୟରଙ୍ଗି ଡିଭିଜନ୍ ର ଚେୟାରମ୍ୟାନ ତଃ ଆର. ଭୀମାରାଓ ମହୋଦୟ ଯୋଗ ଦେଇଥିଲେ l
ଇନଷ୍ଟିଟ୍ୟୁସନ ଅଫ ଇଞ୍ଜିନିୟରସ୍, ଓଡିଶା ଶlଖା ର ଅଧ୍ୟକ୍ଷ ପ୍ରଫେସର ଡ଼ଃ ସୁଧାଂଶୁ ଶେଖର ଦାଶ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠାନର ସମ୍ପାଦକ ଇଂ ସଂଗ୍ରାମ କେଶରୀ ପଟ୍ଟନାୟକ ଏବଂ ଏହି ଜାତୀୟ ସମ୍ମିଳନୀ ର ଆବାହକ ଡଃ ଚର୍ତୁଃମୂଖ ପଟ୍ଟନାୟକ ଉପରୋକ୍ତ କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ସମ୍ପାଦନା କରିଥିଲେ ।
ଦୀପ ପ୍ରଜ୍ବଳନ ଓ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପରେ, ଇନଷ୍ଟିଟ୍ୟୁସନ ଅଫ ଇଞ୍ଜିନିୟରସ୍, ଓଡିଶା ଶାଖା ର ଅଧ୍ୟକ୍ଷ, ସମ୍ପାଦକ ତଥା ଆବାହକ ନିଜ ନିଜ ର ବକ୍ତବ୍ୟ ପ୍ରଦାନ କରିଥିଲେ ।
ମୁଖ୍ୟ ବକ୍ତା ଡଃ ରାମାନୁଜ ନାରାୟଣ ପ୍ରଖ୍ୟାତ୍ ରସାୟନବିତ୍ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ ଙ୍କ ସ୍ମାରକୀ ବକ୍ତବ୍ୟ ପ୍ରଦାନ କରି ବୈଷୟିକ କ୍ଷେତ୍ର ରେ ତାଙ୍କର ଅବଦାନ, କାର୍ଯ୍ୟ ଶୈଳୀ ଏବଂ ଉଚ୍ଚଅଭିଳାଷ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ l
ମୂଖ୍ଯବକ୍ତା ଡଃ ଦୀପନ୍ଦ୍ର ସିଂ ଖଣିଜ, ରସାୟନ ଏବଂ ଧାତବ ଶିଳ୍ପ ର ଆବଶ୍ୟକତା, ଉପାଦେୟତା ଓ ଭବିଷ୍ୟତ ଉପଲବ୍ଧିତା ବିଷୟରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ ।
ଏହି ଜାତୀୟ ସମ୍ମିଳନୀ ରେ ୨୦୦ ରୁ ଉର୍ଦ୍ଧ ଇଂଞ୍ଜିନିୟର, ଶିକ୍ଷାବିତ, ଗବେଷକ, ଶିଳ୍ପୋଦ୍ୟୋଗୀ, ଶିକ୍ଷକ,ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ଭାଗ ନେଇଥିଲେ ।
ଆଜିର ଏହି କାର୍ଯ୍ୟକ୍ରମ ରେ ଇନଷ୍ଟିଟ୍ୟୁସନ ଅଫ ଇଞ୍ଜିନିୟରସ୍ ର ସର୍ବଭାରତୀୟ ଉପାଧକ୍ଷ ଡଃ ନୂତନ କୁମାର ଦାଶ, କେମିକାଲ୍ ଇଞ୍ଜିନିୟରଙ୍ଗି ଡିଭିଜନ୍ ର କାଉନ୍ସିଲ୍ ସଭ୍ୟବୃନ୍ଦ ତଥା ଇନଷ୍ଟିଟ୍ୟୁସନ ଅଫ ଇଞ୍ଜିନିୟରସ୍, ଓଡିଶା ଶାଖା ର ବିଭିନ୍ନ ଯାନ୍ତ୍ରିକ ବିଭାଗ ର ସଭ୍ୟବୃନ୍ଦ ଉପସ୍ଥିତ ଥିଲେ l
ଏହି ଜାତୀୟ ସମ୍ମିଳନୀ ଅବସରରେ ବିଭିନ୍ନ ଯାନ୍ତ୍ରିକ ତଥା ବୈଜ୍ଞାନିକ ଗବେଷଣା ବିଭାଗ ରେ ପାରଦର୍ଶିତା ଲାଭ କରିଥିବା ୩ ଜଣ ବୟୋଜ୍ୟେଷ୍ଠ ତଥା ୩ ଜଣ ଯୁବ ଇଞ୍ଜିନିୟର ଓ ଗବେଷକ ମାନଙ୍କୁ ସେମାନଙ୍କ ଜୀବନ କାଳ ର କାର୍ଯ୍ୟ ଦକ୍ଷିତା ତଥା ଗବେଷଣା ପାଇଁ ସମ୍ବର୍ଦ୍ଧିତ କରା ଯାଇଥିଲା ।
ଶେଷରେ ଇନଷ୍ଟିଟ୍ୟୁସନ ଅଫ ଇଞ୍ଜିନିୟରସ,ଓଡିଶା ଶlଖା ର ସମ୍ପାଦକ ଇଂ ସଂଗ୍ରାମ କେଶରୀ ପଟ୍ଟନାୟକ, ଧନ୍ୟବାଦ ଅର୍ପଣ କରିଥିଲେ ।