ନୂଆପଡ଼ା,୧୨/୧୧: ନୂଆପଡ଼ା ଜିଲ୍ଲା କୋମନା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ବିପଦସଙ୍କୁଳ ଅବସ୍ଥାରେ ବର୍ଷ ବର୍ଷ ଧରି ପଡ଼ିରହିଛି। ଏଥିପ୍ରତି ପ୍ରଶାସନ ଅଣଦେଖା କରୁଥିବା ବେଳେ ପ୍ରଶାସନର ନିଘା ନ ଥିବା ଅଭିଯୋଗ ହେଉଛି। ସୂଚନା ଅନୁସାରେ, ଉକ୍ତ କୋଠା ଦୀର୍ଘ ୨୦ରୁ ଉର୍ଦ୍ଧ୍ବ ବର୍ଷ ହେବ ନିର୍ମାଣ ହୋଇ ପ୍ରଥମେ ବିଦ୍ୟାଳୟ ଭାବରେ ପରବର୍ତ୍ତୀ ସମୟରେ ତାହା ବିଆରସି କାର୍ଯ୍ୟାଳୟ ଓ ପରେ ପରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଭାବରେ ବ୍ୟବହୃତ ହୋଇଆସୁଛି। ହେଲେ ଦୀର୍ଘ ବର୍ଷ ଧରି ନିର୍ମିତ ହୋଇଥିବା ହେତୁ ଏହା ବର୍ତ୍ତମାନ ବିପଦ ସଙ୍କୁଳ ଅବସ୍ଥାରେ ଅଛି ଓ ଛାତରୁ ପାଣି ଝରୁଥିବା ବେଳେ ଅନେକ ଜାଗାରୁ ଅତଡ଼ା ଖସି ଲୁହା ଛଡମାନ ଦେଖା ଦେଇଛି ଯାହା ବିପଦକୁ ଟାଣି ଆଣୁଥିବା ଭଳି ପରିସ୍ଥିତି ସୃଷ୍ଟି କରୁଛି। ଏନେଇ ବହୁବାର ଅନେକ ସମୟରେ ପ୍ରଶାସନକୁ ଜଣାଇଲା ପରେ ମଧ୍ୟ ପ୍ରଶାସନ ମୁକ ବଧିର ଓ ନିରବ ଦ୍ରଷ୍ଟା ସାଜିଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀଣୀ ଅନିତା ପଣ୍ଡା କହିଛନ୍ତି।
ପୁଣି କେତେବେଳେ ଯେ ଏହା ବିପଦକୁ ଟାଣି ଆଣି ଧନ ଜୀବନ ନଷ୍ଟ କରିବ ତାହା ଭଗବାନଙ୍କୁ ଜଣା ଭୟରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର କର୍ମଚାରୀ। ଏଣୁ ବିପଦ ନ ଆସିବା ଆଗରୁ ପ୍ରଶାସନ ସଜାଗ ହୋଇ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ଯଦି ବିପଦ ସଙ୍କୁଳ ଅବସ୍ଥାରେ ଥିବା ଉକ୍ତ କାର୍ଯ୍ୟାଳୟଟି ବିପଦକୁ ଟାଣି ଆଣି ଧନ ଜୀବନ ନଷ୍ଟ କରେ ସେଥି ପ୍ରତି ତୃଣମୂଳ ସ୍ତରରୁ ପ୍ରଶାସନ ଦାୟୀ ରହିବେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।