ଅଡ଼ୁଆରେ ଅଭିନେତା ମନୋଜ ମିଶ୍ର

ମନୋଜଙ୍କ ବିରୋଧରେ ଓଡ଼ିଆ ଚଳଚ୍ଚିତ୍ର ଓ ଟେଲିଭିଜନ ନିର୍ଦ୍ଦେଶକ ସଂଘର ଏତଲା

କଟକ, ୧୨/୧୧: ପୁଣି ଥରେ ଅଡ଼ୁଆରେ ଓଲିଉଡ ଅଭିନେତା ମନୋଜ ମିଶ୍ର। ଅଭିନେତା ମନୋଜ ମିଶ୍ରଙ୍କ ବିରୋଧରେ କଟକର ସାଇବର କ୍ରାଇମ ଥାନାରେ ଏତଲା ରୁଜୁ କରିଛି ଓଡ଼ିଆ ଚଳଚ୍ଚିତ୍ର ଓ ଟେଲିଭିଜନ ନିର୍ଦ୍ଦେଶକ ସଂଘ।

ମନୋଜ ମିଶ୍ର ଓଡ଼ିଆ ଚଳଚ୍ଚିତ୍ର ଜଗତରେ କାର୍ଯ୍ୟରତ କଳାକାର ଓ ନିର୍ଦ୍ଦେଶକଙ୍କ ଚରିତ୍ରକୁ ବଦନାମ କରୁଥିବା ଅଭିଯୋଗ କରି ଓଡ଼ିଆ ଚଳଚ୍ଚିତ୍ର ଓ ଟେଲିଭିଜନ ନିର୍ଦ୍ଦେଶକ ସଂଘ କଟକ ସାଇବର କ୍ରାଇମ୍ ଥାନାରେ ଏତଲା ଦେଇଛି।

ସଂଘର ସଦସ୍ୟମାନେ ଏତଲାରେ ଦାବି କରିଛନ୍ତି ଯେ ଶ୍ରୀ ମିଶ୍ର ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେମାନଙ୍କ ବିରୋଧରେ ନକାରାତ୍ମକ ମନ୍ତବ୍ୟ ଦେଉଛନ୍ତି। ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ତେବେ ଏହି ମାମଲାକୁ ନେଇ ମନୋଜ ମିଶ୍ରଙ୍କ ବୟାନ ଏପର୍ଯ୍ୟନ୍ତ ମିଳିନାହିଁ।