ଭୁବନେଶ୍ୱର, ୧୩/୧୧: ରାଜ୍ୟ ସରକାର ଉଭୟ କ୍ୟାବିନେଟ୍ ଓ ରାଷ୍ଟ୍ର ମନ୍ତ୍ରୀଙ୍କ ପାଇଁ ସରକାରୀ ଗସ୍ତରେ ବିଜନେସ୍ କ୍ଲାସ୍ ବିମାନ ଯାତ୍ରାକୁ ମଞ୍ଜୁରୀ ଦେଇଛନ୍ତି।
ରାଜ୍ୟ ସରକାର ଉଭୟ କ୍ୟାବିନେଟ୍ ଓ ରାଜ୍ୟର ମନ୍ତ୍ରୀମାନଙ୍କୁ ସରକାରୀ ଉଦ୍ଦେଶ୍ୟରେ ଏକଜିକ୍ୟୁଟିଭ/ବ୍ୟବସାୟ/କ୍ଲବ କ୍ଲାସରେ ବିମାନ ଯୋଗେ ଯାତ୍ରା କରିବାକୁ ଅନୁମତି ଦେଇଛନ୍ତି। ଏଥିରେ ଅର୍ଥ ବିଭାଗ ସହମତି ପ୍ରକାଶ କରିଛି ବୋଲି ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀରେ କୁହାଯାଇଛି।
ସେପ୍ଟେମ୍ବର ମାସରେ ରାଜ୍ୟ ସରକାର ଓଡ଼ିଶା ଭିତରେ ଗ୍ରୁପ୍-ଏ ଅଫିସରଙ୍କୁ ସରକାରୀ ଡ୍ୟୁଟି ପାଇଁ ବିମାନ ଯାତ୍ରା ଅନୁମତି ପ୍ରଦାନ କରିଥିଲେ। ପୂର୍ବରୁ ଏହି ଅଧିକାରୀମାନେ ରାଜ୍ୟ ଭିତରେ ସରକାରୀ ଗସ୍ତ ପାଇଁ ରେଳ କିମ୍ବା ସଡ଼କ ପଥରେ ହିଁ ଯାତ୍ରା କରୁଥିଲେ। ଏବେ ସେମାନଙ୍କୁ ରାଜ୍ୟ ଭିତରେ ସରକାରୀ ଗସ୍ତରେ ବିମାନରେ ଯାତ୍ରା କରିବାକୁ ଅନୁମତି ଦେଉଛନ୍ତି।