ବିଜେପି କୃଷକ ମୋର୍ଚ୍ଚା ତରଫରୁ ଛାଡଖାଇ ଭେଟଘାଟ ବନ୍ଧୁ ମିଳନ କାର୍ଯ୍ୟକ୍ରମ

ଯୋଗ ଦେଲେ ୫୦୦ରୁ ଉର୍ଦ୍ଧ୍ବ ଚାଷୀ ନେତା

ଭୁବନେଶ୍ୱର, ୧୭/୧୧: ଆଜି ବିଜେପି କୃଷକ ମୋର୍ଚ୍ଚା ତରଫରୁ ଭୁବନେଶ୍ଵର ମହାନଗର ଉତ୍ତରା ଛକ ନିକଟ ପିଡବ୍ଲୁଡି ଡାକବଙ୍ଗଳା ଠାରେ ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁଙ୍କ ନେତୃତ୍ଵରେ ଓଡିଶାର କୃଷି ଭିତ୍ତିକ ଗଣପର୍ବ ଛାଡଖାଇ ଭେଟଘାଟ ବନ୍ଧୁ ମିଳନ କାର୍ଯ୍ୟକ୍ରମ‌ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡିଶାର ୩୬ଟି ସାଂଗଠନିକ ଜିଲ୍ଲାରୁ ୫ ଶହରୁ ଊର୍ଦ୍ଧ୍ବ ଚାଷୀ ନେତା ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଆୟୋଜିତ ସଭାରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଯୋଗ ଦେଇ କହିଥିଲେ, ଆସନ୍ତା ଡିସେମ୍ବର ୨୦ ତାରିଖ ଠାରୁ ବରଗଡ ଜିଲ୍ଲାରୁ ଖରିଫ୍ ଧାନ କିଣା କାରବାର ଶୁଭାରମ୍ଭ ହେବ। ଏହି ଧାନ କିଣା କାରବାରରେ ବ୍ୟାପକ ସ୍ୱଛତାର ସହିତ ହେବା ସହିତ ମିଲ ମାଲିକ ମାନଙ୍କର ଦାଦାଗିରିକୁ ବନ୍ଦ କରାଯିବ। ତତସହିତ ଧାନ କିଣା କାରବାରରେ ଯଦି କୌଣସି ଅଧିକାରୀ, କର୍ମଚାରୀ ଅସାଧୁ ଉପାୟ ଅବଲମ୍ବନ କରନ୍ତି, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଓଡ଼ିଶାର ଚାଷୀମାନଙ୍କୁ ସମୃଦ୍ଧ କରିବା ସହିତ ଚାଷୀ ମାନଙ୍କର ଆୟକୁ ଦୁଇ ଗୁଣା କରିବା ପାଇଁ ବିଜେପିର ମୋହନ ମାଝି ସରକାରଙ୍କ ୪ ମାସ କାର୍ଯ୍ୟକାଳ ଅବଧି ମଧ୍ୟରେ ଧାନ କୁଇଣ୍ଟାଲ ୩୧ ଶହ ଟଙ୍କା, ୬ ଲକ୍ଷ ଚାଷୀମାନଙ୍କୁ ପି.ଏମ. କିସାନରେ ସାମିଲ କରିବା, ସି.ଏମ. କିସାନ ଯୋଜନା ପ୍ରାରମ୍ଭ କରି ୪୬ ଲକ୍ଷ ଚାଷୀଙ୍କୁ ସାମିଲ କରିବା, ୫୮ଟି ସବ୍ଡ଼ିଭିଜନରେ ଶୀତଳଭଣ୍ଡାର କରିବା, ଚାଷୀ ପରିବାର ପିଲା ମାନଙ୍କୁ ଉଚ୍ଚ ଶିକ୍ଷା ପାଇଁ ୨ ଲକ୍ଷ ଟଙ୍କା ସହାୟତା ପ୍ରଦାନ ନିମିତ୍ତ, ୩୧୪ ବ୍ଲକରେ ପନିପରିବା ମଣ୍ଡି କରିବା ନିଷ୍ପତି ଐତିହାସିକ ଓ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ବୋଲି ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ତାଙ୍କର ଭାଷଣରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ, ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ବିଜେପି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର, ମହିଳା ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଐଶ୍ଵର୍ଯ୍ୟା ବିଶ୍ବାଳ, ପଛୁଆବର୍ଗ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ବାଳ, ବିଜେପି ରାଜ୍ୟ ମୁଖପାତ୍ର ଶ୍ରୀ ଦିଲ୍ଲୀପ କୁମାର ମଲ୍ଲିକ, ଲକ୍ଷ୍ମଣ କୁମାର ପଣ୍ଡା, ଯଦୁମଣି ପାଣିଗ୍ରାହୀ, ଶୁଭ୍ରାଂଶୁ ଶେଖର ପାଢୀ, ଉତମ ପାଣିଗ୍ରାହୀ, ବ୍ରଜେନ୍ଦ୍ର ରାୟ, ବସନ୍ତ କୁମାର ନାୟକ, ଗୋବିନ୍ଦା ପ୍ରଧାନ, ଜଗନ୍ନାଥ ମହାପାତ୍ର, ପୁଲିନ ପ୍ରକାଶ ପୁହାଣ, ହୃଷୀକେଶ ଜେନା, ସୂର୍ଯ୍ୟ ନାରାୟଣ ମହାପାତ୍ର, ହଳପାଣି ମାଝୀ, ଉପେନ୍ଦ୍ର ଭଞ୍ଜ, ଉପେନ୍ଦ୍ର ରାଉଳ, କୈଶିକ ଚାନ୍ଦ, ବୈରାଗୀ ଚରଣ ବେହେରା, ଶଙ୍କର୍ଷଣ ଜେନା, ଶ୍ରୀନିବାସ ପ୍ରଧାନ, କେଶରୀ ଦୁର୍ଗା ଦେବ ସିଂହଦେଓ, ମାଧବ ସଏ, ନବ ଦନ୍ତା, ରାଜକିଶୋର ମୋଢେଲି, ଯଶୋବନ୍ତ ସେଠ, ଶ୍ରୀଧର ସାହୁ, ପ୍ରଶାନ୍ତ କୁମାର ସ୍ୱାଇଁ, ସୁଶ୍ରୀ ମନୀଷା ଚିନ୍ମୟୀ ବେହେରା, ଜୟ ଲକ୍ଷ୍ମୀ ମହାନ୍ତି, ପୂର୍ଣ୍ଣିମା ଦାସ, ଅନିମା ଦାସ, ନନ୍ଦିନୀ ଶତପଥୀ ପ୍ରମୁଖଙ୍କ ସମେତ ଶତାଧିକ ଚାଷୀ ନେତା ଓ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ।