କଟକ: ୬ ବର୍ଷର‌ ଶିଶୁକନ୍ୟାକୁ ଦୁଷ୍କର୍ମ

ଗୁରୁତର ଅବସ୍ଥାରେ ଶିଶୁଭବନରେ ଭର୍ତ୍ତି।

ତ୍ରିଶୂଳିଆରୁ ଗିରଫ ହେଲା ଅଭିଯୁକ୍ତ

କଟକ, ୨୦/୧୧: ପୁଣି କଟକରେ ଘଟିଛି ଲଜ୍ଜ୍ୟାଜନକ ଘଟଣା। ଜଣେ ଯୁବତୀଙ୍କୁ ଗଣ ବଳାତ୍କାର ତାତି ଥମି ନଥିବା ବେଳେ ଆଜି ଆଉ ଜଣେ ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି। କଟକର ବାରଙ୍ଗ ଥାନା ଅନ୍ତର୍ଗତ ତ୍ରିଶୁଳିଆ ଅଞ୍ଚଳରେ ଗତକାଲି ରାତିରେ ଜଣେ ୬ ବର୍ଷର‌ ଶିଶୁକନ୍ୟାକୁ ଦୁଷ୍କର୍ମ କରିଥିଲା ଜଣେ ଯୁବକ। ଅଭିଯୁକ୍ତ ଜଣକ ଝାଡ଼ଖଣ୍ଡର ବୋଲି ସୂଚନା ମିଳିଛି। ତଦନ୍ତ ପରେ ଅଭିଯୁକ୍ତକୁ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ, ଝାଡ଼ଖଣ୍ଡର ଅଭିଯୁକ୍ତ ଯୁବକ ଜଣକ ଗତକାଲି ରାତିରେ କଟକ ଜିଲ୍ଲା ତ୍ରିଶୁଳିଆ ଅଞ୍ଚଳର ଏକ ଇଟାଭାଟିରେ ୬ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା। ପୀଡ଼ିତାଙ୍କ ପିତାମାତାଙ୍କ ନିଜ ଘର ନୟାଗଡରେ ହୋଇଥିବା ସେମାନେ ତ୍ରିଶୂଳିଆରେ ଥିବା ସେହି ଇଟାଭାଟିରେ କାମ କରୁଛନ୍ତି। ଏହି ଘଟଣା ପରେ ପୀଡ଼ିତାଙ୍କ ପିତାମାତା ବାରଙ୍ଗ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୋକ୍ସୋ ଆକ୍ଟ ଅନୁସାରେ ମାମଲା ରୁଜୁ କରାଯାଇଛି।

ବାରଙ୍ଗ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଶେଷରେ ଆଜି ତ୍ରିଶୁଳିଆ ଅଞ୍ଚଳରୁ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସର ୩ଟି ଟିମ୍ ଗଠନ କରାଯାଇଥିଲା। ଅଭିଯୁକ୍ତ ଜଣକ ବୟସ୍କ ନା ନାବାଳକ ସେ ନେଇ ପୁଲିସ ତଦନ୍ତ ଚଳାଇଛି। ପୀଡ଼ିତା ଶିଶୁକନ୍ୟାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକ ଶିଶୁଭବନରେ ଭର୍ତ୍ତି କରାଯାଇଛି ଏବଂ ଚିକିତ୍ସା ଚାଲିଛି।