ଆରମ୍ଭ ହେଲା ରାଜ୍ୟରେ ଚଳିତବର୍ଷ ଖରିଫ ଧାନ କିଣା କାରବାର

ପୂଜାର୍ଚ୍ଚନା କରି ଶୁଭାରମ୍ଭ କଲେ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର, ୨୦/୧୧: ଓଡିଶାରେ ଚଳିତ ବର୍ଷ ଖରିଫ୍ ଧାନ କିଣା କାରବାର ଶୁଭାରମ୍ଭ ହୋଇଛି। ବରଗଡ ଜିଲ୍ଲା ଅନ୍ତର୍ଗତ କଲାପାଣି ଧାନମଣ୍ଡି, ଅତାବିରା ଧାନମଣ୍ଡି ଓ ଗୋଡଭଙ୍ଗା ଧାନମଣ୍ଡି ପ୍ରଭୃତିରେ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଆନୁଷ୍ଠାନିକ ଭାବେ ପୂଜା ଅର୍ଚ୍ଚନା କରି ଶୁଭାରମ୍ଭ କରିଛନ୍ତି। ତାଙ୍କ ସହିତ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ, ବରଗଡ ବିଧାୟକ ଶ୍ରୀ ଅଶ୍ୱନୀ କୁମାର ଷଡଙ୍ଗୀ, ଅତାବିରା ବିଧାୟକ ଶ୍ରୀ ନିହାର ରଞ୍ଜନ ମହାନନ୍ଦ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ବରଗଡ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶ୍ରୀ ଅରୁପାନନ୍ଦ ସାହୁ, ବରିଷ୍ଠ ବିଜେପି ନେତା ଶ୍ରୀ ସୌରୀ ଚରଣ ବାରିକ, କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀ ପୁଲିନ୍ ପ୍ରକାଶ ପୁହାଣ ଓ ହଳପାଣି ମାଝୀ, ରାଜ୍ୟ ସଂଯୋଜକ ଶ୍ରୀ ମଧୁସୂଦନ ଶର୍ମା, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ ଯଶୋବନ୍ତ ସେଠ,ସୁକାନ୍ତ କୁମାର ଦାସ, ସୁରେଶ୍ୱର ଶତପଥୀ, ସୁରେନ୍ଦ୍ର ସ୍ୱାଇଁ, ଶେଖର ପ୍ରଧାନ, ରାଜ ଅଗ୍ରୱାଲ, ଦେବାଶିଷ ପ୍ରଧାନ, ଲବ ମେହେର୍, ରବିନାରାୟଣ ଦାସ, ଅପୂର ମଲ୍ଲିକ, ନିର୍ମଲ କୁମାର ପ୍ରଧାନ, ପ୍ରଶାନ୍ତ କୁମାର ସାହୁ, ହରିହର ପ୍ରଧାନ, ସଞ୍ଜୟ କୁମାର ଉପାଧ୍ୟାୟ, ସଙ୍ଗୀତ ଭୋଇ, ଦିବ୍ୟ ଭୋଇ, ପ୍ୟାରୀ ସାହୁ, ସତ୍ୟନାରାୟଣ କ୍ରଣଁ, ଲିଙ୍ଗରାଜ ଥାଟ, ବିକାଶ ଶର୍ମା ପ୍ରମୁଖଙ୍କ ସମେତ ଶତାଧିକ ଚାଷୀ ଓ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।