ବୈକୁଣ୍ଠଧାମ ଆଶ୍ରମକୁ ଆଶ୍ୱସ୍ତି

କାଲି ଭଙ୍ଗାଯିବନି ଆଶ୍ରମ।

ହାଇକୋର୍ଟଙ୍କ ରହିତାଦେଶ ନିର୍ଦ୍ଦେଶ

କଟକ, ୨୧/୧୧: କାଲି ଭାଙ୍ଗିବ ନାହିଁ ବୈକୁଣ୍ଠଧାମ ଆଶ୍ରମ। ଏ ନେଇ ହାଇକୋର୍ଟଙ୍କ ରହିତାଦେଶ ନିର୍ଦ୍ଦେଶ ଜାରି ହୋଇଛି। ଆସନ୍ତା ଡ଼ିସେମ୍ବର ୧୨ ତାରିଖ ଯାଏଁ ଭଙ୍ଗାଯିବ ନାହିଁ ଆଶ୍ରମ। ଆଶ୍ରମ ଭାଙ୍ଗିବା ଘଟଣାରେ ସରକାର ଓ‌ ପ୍ରଶାସନକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଆଶ୍ରମ କର୍ତ୍ତୃପକ୍ଷ। ଏହା ପରେ ଆଶ୍ରମ ଭାଙ୍ଗିବା ଘଟଣାରେ ଅନ୍ତରୀଣ ରହିତାଦେଶ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଆଜି ବିଡ଼ିଏ ପକ୍ଷରୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଆଶ୍ରମ ଭାଙ୍ଗିବା ନେଇ ଘୋଷଣା କରାଯାଇଥିଲା। ବେଆଇନ ଭାବେ ୧୪୦ ଡିସିମଲ ଜାଗାରେ ଏହି ଆଶ୍ରମ ନିର୍ମାଣ ହୋଇଥିବା ଅଭିଯୋଗ ରହିଥିଲା।

ସୂଚନାଯୋଗ୍ୟ, ତଥାକଥିତ ବାବା ପଣ୍ଡିତ କାଶୀନାଥ ମିଶ୍ରଙ୍କ ଖଣ୍ଡଗିରିରେ ଏକ ଆଶ୍ରମ ରହିଛି। ଏଠାରେ ସେ ତାଙ୍କ ପୁଅକୁ କଳକୀ ଅବତାର ବୋଲି ଦର୍ଶାଇଥିଲେ। ତାଙ୍କ ପୁଅ ଚେୟାରରେ ବସିଥିବା ବେଳେ ତାଙ୍କ ପାଦ ତଳେ ତୁଳସୀ ଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯାହା ପରେ ଏହି ଘଟଣା ଲୋକଲୋଚନକୁ ଆସିଥିଲା। ଏହି ଘଟଣାକୁ ଗୁରୁତର ସହ ନେଇ ପୋଲିସ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏହାକୁ ନେଇ ତଦନ୍ତ ଆରମ୍ଭ ହୋଇଥିଲା। ଯାହା ପରେ ଏହି ଆଶ୍ରମଟି ସମ୍ପୂର୍ଣ୍ଣ ବେଆଇନ ଭାବେ ନିର୍ମାଣ ହୋଇଥିବା ଜଣା ପଡ଼ିଥିଲା।