ନୂଆଦିଲ୍ଲୀ, ୨୨/୧୧: ବିଧାନସଭା ନିର୍ବାଚନ ଫଳାଫଳର ଗୋଟିଏ ଦିନ ପୂର୍ବରୁ କଂଗ୍ରେସ ଶୁକ୍ରବାର ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି। ନିର୍ବାଚନ ପରବର୍ତ୍ତୀ ପରିସ୍ଥିତିର ତଦାରଖ କରିବା ପାଇଁ ।
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମହାରାଷ୍ଟ୍ର ପାଇଁ ଅଶୋକ ଗେହଲଟ, ଭୂପେଶ ବାଘେଲ ଏବଂ ଜି ପରମେଶ୍ୱରଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି।
ଝାଡ଼ଖଣ୍ଡ ପାଇଁ ତାରିକ୍ ଅନୱର, ମଲ୍ଲୁ ଭଟ୍ଟି ବିକ୍ରମାର୍କା ଏବଂ କ୍ରିଷ୍ଣା ଆଲାଭୁରୁଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି।
ଗତ ନଭେମ୍ବର ୧୩ ଓ ୨୦ ତାରିଖରେ ଦୁଇଟି ପର୍ଯ୍ୟାୟରେ ଝାଡ଼ଖଣ୍ଡରେ ମତଦାନ ହୋଇଥିବା ବେଳେ ନଭେମ୍ବର ୨୦ ତାରିଖରେ ମହାରାଷ୍ଟ୍ରରେ ମତଦାନ ହୋଇଛି।
୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ୧୪୫ ମ୍ୟାଜିକ ନମ୍ବର ଥିବା ବେଳେ ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ଏହା ୪୧ ରହିଛି। ମହାରାଷ୍ଟ୍ରରେ ବିଜେପି-ଶିବସେନା-ଏନସିପି ମେଣ୍ଟ କ୍ଷମତାରେ ଥିବା ବେଳେ ଝାଡ଼ଖଣ୍ଡରେ ଜେଏମଏମ-କଂଗ୍ରେସ କ୍ଷମତାରେ ଅଛି।