ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ନୂଆ ଦାୟିତ୍ବ
ସିଏନ୍ଏମ୍ଏସର ଅଧ୍ୟକ୍ଷ ହେଲେ ବିଶ୍ୱଭୂଷଣ ହରିଚନ୍ଦନ
ନୂଆଦିଲ୍ଲୀ, ୦୮/୧୨: ଓଡ଼ିଶାର ପୂର୍ବତନ ଆଇନମନ୍ତ୍ରୀ ତଥା ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ନୂଆଦିଲ୍ଲୀସ୍ଥିତ ସିଏନ୍ଏମ୍ଏସର ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ସେଣ୍ଟର ଫର ନରେନ୍ଦ୍ର ମୋଦି ଷ୍ଟଡିଜ୍ (ସିଏନ୍ଏମ୍ଏସ୍-ନମୋ କେନ୍ଦ୍ର)ର ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ବିଶ୍ୱଭୂଷଣ ହରିଚନ୍ଦନ। ସିଏନ୍ଏମ୍ଏସ୍ ଦେଶର ବିକାଶ ଓ ଏହା ସହ ଜଡ଼ିତ ବିଭିନ୍ନ ଯୋଜନା ସଂପର୍କରେ ଏକ ଅଧ୍ୟୟନ କେନ୍ଦ୍ର। ଏହି ପରିଷଦର ଖୁବ୍ ଶୀଘ୍ର ଆଲିଗଡରେ ହେବାକୁ ଯାଉଥିବା ବୈଠକରେ ଅଧ୍ୟକ୍ଷତା କରିବେ।
ବିଶ୍ୱଭୂଷଣ ହରିଚନ୍ଦନ ଜଣେ ଆଇନଜୀବି, ମନ୍ତ୍ରୀ ଓ ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇଛନ୍ତି। ସାହିତ୍ୟ, ସଂସ୍କୃତି, ଅର୍ଥନୀତି ଓ ଇତିହାସ ସମ୍ବନ୍ଧରେ ତାଙ୍କର ବହୁ ଅଭିଜ୍ଞତା ରହିଛି। ଜଣେ ରାଜନେତା ଓ ପ୍ରଶାସକ ଭାବେ ତାଙ୍କ ଅନୁଭବକୁ ଜାତୀୟ ସ୍ତରରେ ଉପଯୋଗ କରାଯିବ।