ଚାଷୀ ଆନ୍ଦୋଳନରେ ସାମିଲ ହେଲେ ଭିନେଶ ଫୋଗାଟ

‘ସମଗ୍ର ଦେଶ ଚାଷୀମାନଙ୍କୁ ସହଯୋଗ କରିବା ଉଚିତ’

ନୂଆଦିଲ୍ଲୀ, ୧୫/୧୨: କଂଗ୍ରେସ ନେତା ଭିନେଶ ଫୋଗାଟ ପଞ୍ଜାବ-ହରିୟାଣାର ଖାନୌରୀ ସୀମାରେ ଚାଲିଥିବା ଚାଷୀ ଆନ୍ଦୋଳନରେ ସାମିଲ ହୋଇଥିଲେ। ଖାନୌରୀ ସୀମାରେ ଫୋଗାଟ୍ ପଞ୍ଜାବ, ହରିୟାଣା ଏବଂ ଦେଶର ଲୋକଙ୍କୁ କୃଷକ ନେତା ଜଗଜିତ୍ ସିଂହ ଦଲେୱାଲଙ୍କୁ ସମର୍ଥନ କରିବାକୁ ଅନୁରୋଧ କରିବା ସହ ଫୋଗାଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରି କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ବଡ଼ ବଡ଼ ଭାଷଣ ଦିଅନ୍ତି, କିନ୍ତୁ କଥା ବାହାରେ କାମ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି। ସେ ସାମ୍ପ୍ରତିକ ପରିସ୍ଥିତିକୁ ଜରୁରୀକାଳୀନ ପରିସ୍ଥିତି ପରି ବର୍ଣ୍ଣନା କରିବା ସହ କୃଷକମାନଙ୍କ ପାଇଁ ସମାଧାନ ଖୋଜିବା ପାଇଁ ଏକତାର ସହ ସରକାରଙ୍କ ଉପରେ ଚାପ ପକାଇବା ପାଇଁ ଆହ୍ୱାନ ଦେଇଛନ୍ତି। ଏହା ଆମ ସମସ୍ତଙ୍କ ପାଇଁ ଏକାଠି ହୋଇ ଏକ ମିଳିତ ଜନତା ଭାବେ ନିଜର ଶକ୍ତି ପ୍ରଦର୍ଶନ କରିବାର ମୁହୂର୍ତ୍ତ ବୋଲି ଫୋଗାଟ୍ କହିଛନ୍ତି।