ପୂର୍ବତନ ଓପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡି ରେଡ୍

ସକାଳ ୭ଟାରୁ ଚାଲିଛି ରେଡ୍

ଭୁବନେଶ୍ୱର, ୨୦/୧୨: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଭୁବନେଶ୍ୱରର ନୟାପଲ୍ଲୀସ୍ଥିତ ବାସଭବନରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ରେଡ୍ କରାଯାଇଛି। ତେବେ ଇଡି ରେଡର କାରଣ ଜଣା ପଡିନଥିବା ବେଳେ କୌଣସି ଆର୍ଥିକ ଅନିୟମିତତା କାରଣରୁ ଇଡି ଚଢ଼ାଉ କରୁଥାଇ ପାରେ ବୋଲି ଅନୁମାନ କରାଯାଉଛି। ଏହି ଚଢ଼ାଉରେ ଇଡି ପକ୍ଷରୁ ୧୦ ଜଣ ଅଧିକାରୀ ସାମିଲ ଅଛନ୍ତି। ଆଜି ସକାଳ ୭ଟାରୁ ଚାଲିଛି ରେଡ୍। ଏପର୍ଯ୍ୟନ୍ତ ଇଡି କିମ୍ବା ନିରଞ୍ଜନଙ୍କ ପକ୍ଷରୁ କୌଣସି‌ ପ୍ରତିକ୍ରିୟା ମିଳିପାରିନାହିଁ।