ଯୁଗ୍ମ ସଂସଦୀୟ କମିଟିରେ ସାମିଲ ଓଡ଼ିଶାର ୪ ସାଂସଦ
ଯୁଗ୍ମ ସଂସଦୀୟ କମିଟିକୁ ମନୋନୀତ ହେଲେ ମାନସ ମଙ୍ଗରାଜ
ପଢ଼ନ୍ତୁ ସମ୍ପୂର୍ଣ୍ଣ ସଦସ୍ୟଙ୍କ ତାଲିକା
ନୂଆଦିଲ୍ଲୀ, ୨୦/୧୨: ସଂସଦର ଚଳିତ ଶୀତକାଳୀନ ଅଧିବେଶନର ଶେଷ ଦିନରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଗୃହ ମୁଲତବୀ କରିବା ପୂର୍ବରୁ ‘ଏକ ଦେଶ ଏକ ନିର୍ବାଚନ’ ବିଲ୍ ପାଇଁ ଗଠିତ ହୋଇଥିବା ଯୁଗ୍ମ ସଂସଦୀୟ କମିଟିରେ ସାମିଲ ହେବାକୁ ଥିବା ୧୨ ଜଣ ରାଜ୍ୟସଭା ସାଂସଦଙ୍କ ନାମ ଘୋଷଣା କରିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ମେଘୱାଲ।
୧୨ ଜଣ ରାଜ୍ୟସଭା ସାଂସଦ ହେଉଛନ୍ତି; ଘନଶ୍ୟାମ ତିୱାରୀ, ଭୁବନେଶ୍ୱର କଲିତା, କେ ଲକ୍ଷ୍ମଣ, କବିତା ପଟିଦାର, ସଞ୍ଜୟ କୁମାର ଝା, ରଣଦୀପ ସିଂହ ସୁରଜେୱାଲା, ମୁକୁଲ ବାଳକୃଷ୍ଣ ବାସନିକ, ସକେତ ଗୋଖଲେ, ପି ୱିଲସନ, ସଞ୍ଜୟ ସିଂହ, ମାନସ ରଞ୍ଜନ ମଙ୍ଗରାଜ ଏବଂ ଭି ବିଜୟସାଇ ରେଡ୍ଡୀ। ‘ଏକ ଦେଶ ଏକ ନିର୍ବାଚନ’ ପାଇଁ ଯୁଗ୍ମ ସଂସଦୀୟ କମିଟି (ଜେପିସି)ରେ ଏମାନେ ସାମିଲ ହେବେ।
ଗତ ବୁଧବାର ଲୋକସଭାରୁ ୨୧ ଜଣ ସଦସ୍ୟଙ୍କୁ ଜେପିସିକୁ ମନୋନୀତ କରାଯାଇଥିଲା। ପିପି ଚୌଧୁରୀ, ସିଏମ୍ ରମେଶ, ବାଂସୁରୀ ସ୍ୱରାଜ, ପୁରୁଷୋତ୍ତମଭାଇ ରୂପାଲା, ଅନୁରାଗ ସିଂହ ଠାକୁର, ବିଷ୍ଣୁ ଦୟାଲ ରାମ, ଭର୍ତ୍ତୃହରି ମହତାବ, ସମ୍ବିତ ପାତ୍ର, ଅନୀଲ ବାଲୁନି, ବିଷ୍ଣୁ ଦତ୍ତ ଶର୍ମା, ପ୍ରିୟଙ୍କା ଗାନ୍ଧି ଭଦ୍ରା, ମନୀଷ ତିୱାରୀ, ସୁଖଦେଓ ଭଗତ, ଧର୍ମେନ୍ଦ୍ର ଯାଦବ, କଲ୍ୟାଣ ବାନାର୍ଜୀ, ଟିଏମ ସେଲଭାଗାନପତି, ସୁପ୍ରିୟା ସୁଲେ, ଜିଏମ୍ ହର୍ଷ ବାଲଯୋଗୀ, ଶ୍ରୀକାନ୍ତ ଏକନାଥ ସିନ୍ଦେ, ଚନ୍ଦନ ଚୌହାନ ଏବଂ ବାଲାଶୋରୀ ବଲ୍ଲଭନେନି।
ଏମାନଙ୍କ ବ୍ୟତୀତ ନୂଆ କରି ମନୋନୀତ ହୋଇଥିବା ଆଉ ୬ ଜଣ ଲୋକସଭା ସାଂସଦ ହେଲେ; ବିଜେପିର ବୈଜୟନ୍ତ ପଣ୍ଡା ଓ ସଞ୍ଜୟ ଜୟସ୍ୱାଲ, ସମାଜବାଦୀ ପାର୍ଟିର ଛୋଟେଲାଲ, ଶିବସେନାର ଅନିଲ ଦେଶାଇ, ଏଲଜେପିର ଶାମ୍ଭବୀ ଏବଂ ସିପିଆଇ(ଏମ୍)ର କେ ରାଧାକ୍ରିଷ୍ଣନ୍।
ମୋଟ ୩୯ ଜଣ ସାଂସଦଙ୍କୁ ଜେପିସିକୁ ମନୋନୀତ କରାଯାଇଛି।