ଶେଖ୍ ହାସିନାଙ୍କ ବିରୋଧରେ ଦୁର୍ନୀତି ତଦନ୍ତ ଆରମ୍ଭ

ଶେଖ୍ ହସିନା ଓ ତାଙ୍କ ପରିବାର ବିରୋଧରେ ୫ ନିୟୁତ ଡଲାର ଦୁର୍ନୀତି ତଦନ୍ତ ଆରମ୍ଭ କଲା ବାଂଲାଦେଶ।

ତଦନ୍ତ ଘେରରେ ହାସିନାଙ୍କ ପରିବାର ଓ ବ୍ରିଟେନର ଟ୍ରେଜେରି ମନ୍ତ୍ରୀ

ନୂଆଦିଲ୍ଲୀ, ୨୪/୧୨: ବାଂଲାଦେଶର ପୁର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ଆରମ୍ଭ କରିଛି ଦୁର୍ନୀତି ନିରୋଧୀ ପ୍ୟାନେଲ। ରୂପ୍ପୁର ଆଣବିକ ଶକ୍ତି କେନ୍ଦ୍ରରେ ୫ ବିଲିୟନ ଡଲାର ଦୁର୍ନୀତି ଅଭିଯୋଗରେ ଶେଖ୍ ହସିନା ଏବଂ ତାଙ୍କ ପରିବାର ବିରୋଧରେ ତଦନ୍ତ ଆରମ୍ଭ ହୋଇଛି। ହସିନାଙ୍କ ସହ ତାଙ୍କ ପୁଅ ସଜିବ ୱାଜେଦ ଜୋଏ, ଝିଆରୀ ଟୁଲିପ୍ ସିଦ୍ଦିକ ଏବଂ ବ୍ରିଟେନର ଟ୍ରେଜେରି ମନ୍ତ୍ରୀଙ୍କୁ ମଧ୍ୟ ଏହି ମାମଲାରେ ପଚରାଉଚରା କରାଯାଇଛି। ଜୋଏ ଆମେରିକାରେ ରହୁଥିବା ବେଳେ ତାଙ୍କ ଝିଆରୀ ଟ୍ୟୁଲିପ୍ ବ୍ରିଟିଶ ସଂସଦର ସଦସ୍ୟ ଅଛନ୍ତି।

ବାଂଲାଦେଶର ରାଜଧାନୀ ଢାକାଠାରୁ ୧୬୦ କିଲୋମିଟର ପଶ୍ଚିମରେ ନିର୍ମାଣ ହେଉଛି ପ୍ରଥମ ବାଂଲାଦେଶୀ ପରମାଣୁ ଶକ୍ତି କେନ୍ଦ୍ର ରୂପ୍ପୁର। ଏଥିରେ ୫ ବିଲିୟନ ଡଲାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଋଷର ରାଷ୍ଟ୍ରାୟତ୍ତ ନିଗମ ରୋସାଟମ୍ ଦ୍ୱାରା ବାଂଲାଦେଶରେ ଏହା ନିର୍ମାଣ କରାଯାଉଛି। ଉଲ୍ଲେଖଯୋଗ୍ୟ, ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ବ୍ୟାପକ ଆନ୍ଦୋଳନ ହେବାରୁ ହାସିନା ବାଂଲାଦେଶ ଛାଡ଼ି ଭାରତରେ ଆଶ୍ରୟ ନେଉଛନ୍ତି।