ଡ. ହରି ବାବୁ କାମ୍ଭମପତି ଓଡ଼ିଶାର ନୂଆ ରାଜ୍ୟପାଳ

ମିଜୋରାମ ରାଜ୍ୟପାଳ ଡକ୍ଟର ହରି ବାବୁ କାମ୍ଭମପତିଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ଜେନେରାଲ ବିଜୟ କୁମାର ସିଂହ ମିଜୋରାମ ରାଜ୍ୟପାଳ

ନୂଆଦିଲ୍ଲୀ, ୨୪/୧୨: ମିଜୋରାମ ରାଜ୍ୟପାଳ ଡକ୍ଟର ହରି ବାବୁ କାମ୍ଭମପତିଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଡକ୍ଟର ହରି ବାବୁ କାମ୍ଭମପତିଙ୍କୁ ୨୦୨୧ ଜୁଲାଇ ୬ରେ ମିଜୋରାମର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିଲା। ଓଡ଼ିଶାର ବର୍ତ୍ତମାନର ରାଜ୍ୟପାଳ ରଘୁବର ଦାସଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ରାଷ୍ଟ୍ରପତି। ରଘୁବର ଦାସ ୨୦୨୩ ଅକ୍ଟୋବର ୩୧ରୁ ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇଥିଲେ।

ଜେନେରାଲ ବିଜୟ କୁମାର ସିଂହ ମିଜୋରାମର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇବେ। ବିହାରର ବର୍ତ୍ତମାନର ରାଜ୍ୟପାଳ ଶ୍ରୀ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ କେରଳର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। କେରଳ ରାଜ୍ୟପାଳ ଥିବା ଆରିଫ ମହମ୍ମଦ ଖାନଙ୍କୁ ବିହାରର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ସେହିପରି ଅଜୟ କୁମାର ଭଲ୍ଲାଙ୍କୁ ମଣିପୁରର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି।