ବିଶ୍ୱ ରେକର୍ଡ କଲେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ
ବେଳାଭୂମିରେ ଚକୋଲେଟ ସାଣ୍ଟା କ୍ଲଜ କରି ବିଶ୍ୱ ରେକର୍ଡ
ଭୁବନେଶ୍ୱର, ୨୫/୧୨: ପ୍ରସିଦ୍ଧ ଓଡ଼ିଆ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ସଫଳତାର ଫର୍ଦ୍ଦରେ ଯୋଡ଼ି ହେଲା ଆଉ ଏକ ନୂଆ ଅଧ୍ୟାୟ। ନୂଆ ବିଶ୍ୱ ରେକର୍ଡ କଲେ ସୁଦର୍ଶନ ପଟ୍ଟନାୟକ। ଖ୍ରୀଷ୍ଟମାସ ଅବସରରେ ପୁରୀ ବ୍ଲ୍ୟୁ ଫ୍ଲାଗ୍ ବିଚରେ ସାନ୍ତାକ୍ଲଜର ସର୍ବବୃହତ ଚକୋଲେଟ୍-ବାଲୁକା ସ୍ଥାପନ କରି ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି।
ସୁଦର୍ଶନ ଏକ୍ସରେ ଇନଷ୍ଟଲେସନର ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ, ୧୬,୦୦୦ ବର୍ଗ ଅଞ୍ଚଳରେ ୧୬୦ ଫୁଟ ଲମ୍ବ ଏବଂ ୧୦୦ ଫୁଟ ଚଉଡା ବିଶିଷ୍ଟ ଚକୋଲେଟ୍-ବାଲୁକା ସାନ୍ତା କ୍ଲଜ୍ ତିଆରି କରିବା ପାଇଁ ପାଖାପାଖି ୫୫୦ କେଜି ଚକୋଲେଟ୍ ବ୍ୟବହାର କରାଯାଇଥିଲା। ବାଲୁକା କଳା ସମ୍ପୂର୍ଣ୍ଣ କରିବା ପାଇଁ ତାଙ୍କୁ ୬ ଘଣ୍ଟା ସମୟ ଲାଗିଥିଲା।
୨୦୧୭ ଫେବ୍ରୁଆରିରେ ସେ ସମୁଦ୍ର କୂଳରେ ୪୮ ଫୁଟ ୮ ଇଞ୍ଚ୍ ଉଚ୍ଚତା ବିଶିଷ୍ଟ ବିଶ୍ୱର ସବୁଠାରୁ ଉଚ୍ଚ ବାଲୁକା ଦୁର୍ଗ ପାଇଁ ଗିନିଜ୍ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଥିଲେ।