କାଜାଖସ୍ତାନରେ ଋଷିଆ ଅଭିମୁଖେ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ
ଆଜରବୈଜାନର ବାକୁ ରୁ ଋଷିଆର ଗ୍ରୋଜନିକୁ ଯାଉଥିଲା ବିମାନ।
୬୭ ଜଣଙ୍କ ମଧ୍ୟରୁ ୪୨ ମୃତ
କାଜାଖସ୍ତାନ, ୨୫/୧୨: କାଜାଖସ୍ତାନର ଅକତାଉ ସହର ନିକଟରେ ଘଟିଛି ଭୟଙ୍କର ବିମାନ ଦୁର୍ଘଟଣା। ଅକତାଉରେ ଜରୁରୀ ଅବତରଣ କରିବା ପୂର୍ବରୁ ହିଁ ଏହି ବିମାନଟି କ୍ରାଶ ହୋଇଯାଇଛି। ବିମାନରେ ୬୭ ଜଣ ଯାତ୍ରୀ ଥିବା ବେଳେ ୪୨ ଜଣଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି।
ସୂଚନାଯୋଗ୍ୟ, ବୁଧବାର ଆଜରବୈଜାନ ଏୟାରଲାଇନ୍ସର ବିମାନ ଜେ୨-୮୨୪୩ ବାକୁ ରୁ ୬୭ ଜଣ ଯାତ୍ରୀଙ୍କୁ ନେଇ ଋଷିଆର ଗ୍ରୋଜନି ଅଭିମୁଖେ ଯାଉଥିବା ବେଳେ ଗ୍ରୋଜନିରେ ଘନ କୁହୁଡି ଥିବାରୁ ଅବତରଣ ବାତିଲ କରାଯାଇଥିଲା। ମାତ୍ର ୩ କିଲୋମିଟର ଦୂର ଥିବା ଅକତାଉରେ ଜରୁରୀ ଅବତରଣ କରିବା ପୂର୍ବରୁ ହିଁ ଏହି ବିମାନଟି କ୍ରାଶ ହୋଇଯାଇଛି। ଏହି ବିମାନରେ ୬୫ ଜଣ ଯାତ୍ରୀ ଥିବା ବେଳେ ୫ ଜଣ କ୍ରୁ ମେମ୍ବର ଥିଲେ। ଏଥିରେ ୪୨ ଜଣଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ଜୀବିତ ଲୋକମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।