କୋରାପୁଟ, ୨୬/୧୨: ଭିଜିଲାନ୍ସ ସ୍କାନରରେ ଜଣେ ଏଆରଆଇ। କୋରାପୁଟ ଜିଲ୍ଲା ବୋରିଗୁମା ତହସିଲ ଅନ୍ତର୍ଗତ କୁମୁଲି ସର୍କଲର ଏଆରଆଇ ସୁରେନ୍ଦ୍ର ତନ୍ତୀଙ୍କ ଉପରେ ଚଢ଼ାଉ କରିଛି ଭିଜିଲାନ୍ସ। ସୁରେନ୍ଦ୍ରଙ୍କ ସହ ଜଡ଼ିତ ୮ଟି ସ୍ଥାନରେ ଭିଜିଲାନ୍ସ ଏକକାଳୀନ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ଚାଲିଛି।
ଏହି ଚଢ଼ାଉରେ ୩ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର, ୫ ଜଣ ଏଏସ୍ଆଇ ଓ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଚଢ଼ାଉ ଜାରି ରହିଛି। ବୋରିଗୁମାରେ ଥିବା ଏକ ଦୁଇ ମହଲା କୋଠା, ବୋରିଗୁମାରେ ତାଙ୍କ ଝିଅ ରହୁଥିବା ଘର, ତାଙ୍କ ପୈତୃକ ଗାଁ ରଣସପୁରରେ ଏକ ଘର ଏବଂ ବୋରିଗୁମାରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଏକ ଘର, ବୋରିଗୁମାରେ ତାଙ୍କ ସମ୍ପର୍କୀୟଙ୍କ ଏକ ଦୁଇ ମହଲା କୋଠା, ବୋରିଗୁମାସ୍ଥିତ ଏକ ଦୁଇ ମହଲା ମାର୍କେଟ୍ କମ୍ପ୍ଲେକ୍ସ ଏବଂ ବୋରିଗୁମାର କୁମୁଲିଠାରେ ଥିବା ତାଙ୍କ କାର୍ଯ୍ୟାଳୟରେ ଚଢ଼ାଉ ଚାଲିଛି।