୧୭ ଜଣଙ୍କୁ ମିଳିଲା ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ୨୦୨୪
ଓଡ଼ିଶାର ପ୍ରୀତିସ୍ମିତା ଭୋଇଙ୍କୁ ବାଲ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ, ୨୬/୧୨: କଳା ଓ ସଂସ୍କୃତି, ସାହସିକତା, ଉଦ୍ଭାବନ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ସମାଜସେବା, କ୍ରୀଡ଼ା ଓ ପରିବେଶ ଭଳି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ୧୭ ଜଣ ଶିଶୁଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଏହି ପୁରସ୍କାର ପ୍ରଦାନ କରିଛନ୍ତି। ୭ ଜଣ ବାଳକ ଓ ୧୦ ଜଣ ବାଳିକାଙ୍କୁ ସମ୍ମାନ ସ୍ୱରୂପ ପଦକ, ସାର୍ଟିଫିକେଟ୍ ଓ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା।
ଏହି ଅବସରରେ ଓଡ଼ିଶାର ଢେଙ୍କାନାଳର ୧୫ ବର୍ଷୀୟା ପ୍ରୀତିସ୍ମିତା ଭୋଇଙ୍କୁ ରାଷ୍ଟ୍ରୀୟ ବାଲ ପୁରସ୍କାର ୨୦୨୪ରେ ସମ୍ମାନିତ କରାଯାଇଛି। ପ୍ରଥମ ଭାରତୀୟ ଭାରାତ୍ତୋଳକ ଭାବେ ସ୍ୱଚ୍ଛ ଓ ଜର୍କ ବର୍ଗରେ ବିଶ୍ୱ ରେକର୍ଡ ସ୍ଥାପନ କରି ଇତିହାସ ରଚିଥିଲେ। ସେ ୨୦୨୪ରେ ଆଇଡବ୍ଲ୍ୟୁଏଫ୍ ବିଶ୍ୱ ଯୁବ ଭାରୋତ୍ତୋଳନ ଚାମ୍ପିୟନଶିପ୍ ରେ ସ୍ୱର୍ଣ୍ଣ ପଦକ ଜିତି ୭୬ କେଜି ଓଜନ ଉଠାଇ ନୂଆ ରେକର୍ଡ ସ୍ଥାପନ କରିଥିଲେ। ପ୍ରୀତିସ୍ମିତା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ଏବଂ ଆଇଡବ୍ଲ୍ୟୁଏଫ୍ ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଥିଲେ।