ଶଙ୍ଖଭବନରେ ମହିଳା ବିଜେଡ଼ି କର୍ମୀ ହାତାହାତି

ବିଜେଡ଼ିର ପ୍ରତିଷ୍ଠା ଦିବସରେ ଚୌକି ପକାଇବାକୁ ନେଇ ହାତାହାତି।

ଇପ୍ସିତାଙ୍କୁ ଚାପୁଡ଼ା ମାରିଲେ ପୁଷ୍ପାଞ୍ଜଳି ରାଣା

ଭୁବନେଶ୍ୱର, ୨୬/୧୨: ଗୋଟିଏ ପଟେ ଜାକଜମକରେ ପାଳିତ ହେଉଛି ବିଜେଡ଼ିର ପ୍ରତିଷ୍ଠା ଦିବସ।‌ ଅନ୍ୟପଟେ ଶଙ୍ଖ ଭବନରେ ମହିଳା ବିଜେଡ଼ି ନେତ୍ରୀଙ୍କ ମଧ୍ୟରେ ହୋଇଛି ହାତାହାତି। ଶଙ୍ଖ ଭବନରେ ପ୍ରତିଷ୍ଠା ଦିବସ ପାଳନ ନେଇ ବହୁ ଆଡମ୍ବର ସହକାରେ ଆୟୋଜନ କରାଯାଇଥିଲା। ଏଥିରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମେତ ବହୁ ନେତା ନେତ୍ରୀ ଓ କର୍ମୀମାନେ ଯୋଗ ଦେଇଥିଲେ। ହେଲେ ସବୁ କିଛି ସୁରୁଖୁରୁରେ ଚାଲୁଥିବା ବେଳେ ହଠାତ୍ ତିନି ଜଣ ମହିଳା ନେତ୍ରୀଙ୍କ ସହ ଇପ୍ସିତା ସାହୁଙ୍କର କୌଣସି କାରଣବଶତଃ ଝଗଡ଼ା ହୋଇଥିଲା। ପରେ ଜଣା ପଡ଼ିଥିଲା ଯେ, ଚୌକି ପକାଇବାକୁ କେନ୍ଦ୍ର କରି ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଥିଲା। ସେଠାରେ ସୁମିତ୍ରା ଜେନାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ହେଲେ, ସେହି ସମୟରେ ହଠାତ୍ ଇପ୍ସିତାଙ୍କୁ ମାରିଥିଲେ ପୁଷ୍ପାଞ୍ଜଳି ରାଣା। ଯୁବ ନେତା ଅମରେଶ ପତି ବୁଝାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ପରିସ୍ଥିତି ସ୍ବାଭାବିକ ହୋଇ ପାରିନଥିଲା। ପରେ ଦେବୀ ମିଶ୍ରଙ୍କ ବୁଝାସୁଝା ପରେ ଶାନ୍ତ ହେଲା ପରିସ୍ଥିତି। ଏ ସଂକ୍ରାନ୍ତରେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ ହେବା ପରେ ସାମ୍ନାକୁ ଆସିଥିଲା।