ପ୍ରବାସୀ ଭାରତୀୟ ଦିବସ ପାଇଁ ତତ୍ପର ରାଜ୍ୟ ସରକାର

୫୦ ଓଏଏସ ଅଫିସରଙ୍କୁ ଦାୟିତ୍ବ

ଭୁବନେଶ୍ୱର, ୨୬/୧୨: ଆସନ୍ତା ଜାନୁଆରୀ ୫ରୁ ଜାନୁଆରୀ ୧୧ ତାରିଖ ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଛି ୧୮ତମ ପ୍ରବାସୀ ଭାରତୀୟ ଦିବସ। ଏଥି ପାଇଁ ଶିଳ୍ପ ବିଭାଗରେ ୫୦ ଜଣ ଓଏଏସ୍ ଅଫିସରଙ୍କୁ ଲିଆସନ ଅଫିସର ଭାବେ ଦାୟିତ୍ୱ ନ୍ୟସ୍ତ କରିଛନ୍ତି ରାଜ୍ୟ ସରକାର। ଏ ନେଇ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କାର୍ଯ୍ୟାଳୟ ଆଦେଶ ଜାରି ହୋଇଛି।