୨ୟ ଅଟଳ ଏକାମ୍ର ଧମାକା କ୍ରିକେଟ ଟୁର୍ଣ୍ଣାମେଣ୍ଟ ତୃତୀୟ ଦିବସ

ଏଭଳି ଏକ ଟୁର୍ଣ୍ଣାମେଣ୍ଟ ଏକାମ୍ରର ଖେଳାଳି ମାନଙ୍କୁ ଏକ ନୂଆ ଉତ୍ସାହ ଉଦ୍ଦୀପନା ଦେବ ଓ କ୍ରୀଡ଼ା କ୍ଷେତ୍ରରେ ଆଉ ଏକ ପାଦ ବଢ଼ାଇବ ଏକାମ୍ର ନିର୍ବାଚନ ମଣ୍ଡଳୀ: ବାବୁ ସିଂ

ଯୋଗ ଦେଲେ ଏକାମ୍ର ବିଧାୟକ ବାବୁ ସିଂ ଓ ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି

ଭୁବନେଶ୍ୱର, ୩୧/୧୨: ଏକାମ୍ର ନିର୍ବାଚନ ମଣ୍ଡଳୀର ସମସ୍ତ ୨୪ ୱାର୍ଡ଼ ଓ ୬ ପଞ୍ଚାୟତରୁ ଖେଳାଳି ବନ୍ଧୁଙ୍କୁ ନେଇ ଆୟୋଜିତ କ୍ରିକେଟ୍ ର ମହାକୁମ୍ଭ ଅଟଳ ଏକାମ୍ର ଧମାକା ସିଜିନ -୨ କପିଳପ୍ରସାଦର ସାକ୍ସ ପଡିଆରେ ଆଜି ଉଦ୍ଘାଟିତ ହୋଇଛି।

ଏଥିରେ ଏକାମ୍ରରୁ ୫୦ ରୁ ଉର୍ଦ୍ଧ ଟିମ୍ ଯୋଗ ଦେଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ୧୦ ଦିନ ଧରି ଚାଲିବ। ଆଜି ତୃତୀୟ ଦିନରେ ଶିଶୁପାଳଗଡ ପଞ୍ଚାୟତ, ଧଉଳୀ ପଞ୍ଚାୟତ, ୱାର୍ଡ଼ ନଂ ୫୮,୫୦,୫୭,୨୩,୫୪,୬୬,୨୩,୬୧,୬୦,୬୩ ଖେଳିଥିଲେ। ଆଜି ମ୍ୟାଚ ୱାର୍ଡ଼ ନଂ ୫୦,୨୩,୫୪,୬୦, ଶିଶୁପାଳଗଡ଼ ପଞ୍ଚାୟତ ବିଜୟୀ ହୋଇଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ୱିନର ୫୦,୦୦୦ ଟଙ୍କା ଓ ରନରସ୍ ୩୫,୦୦୦ ଟଙ୍କା, ସମସ୍ତ କ୍ୱାଟର ଫାଇନାଲିଷ୍ଟ ଦଳଙ୍କୁ ୫୦୦୦ ଟଙ୍କା, ସମସ୍ତ ସେମି ଫାଇନାଲିଷ୍ଟ ଦଳଙ୍କୁ ୧୦,୦୦୦ ଟଙ୍କା, ବେଷ୍ଟ ବ୍ୟାଟସ୍ ମ୍ୟାନ, ବୋଲର, ଫିଲ୍ଡର, ଡିଶିପ୍ଲିଣ୍ଟ ଟିମଙ୍କୁ କପ୍ ସହ ୧୦୦୦ ଟଙ୍କା ପ୍ରଦାନ କରାଯିବ। ଏହି ଉଦ୍ଘାଟନୀ ଉତ୍ସବକୁ ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ଏକାମ୍ର ବିଧାୟକ ବାବୁ ସିଂ, ମଧ୍ୟ ଭୁବନେଶ୍ୱର ବିଜେପି ନେତା ଜଗନ୍ନାଥ ପ୍ରଧାନ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଭୁବନେଶ୍ୱର ବ୍ଲକ୍ ଚେୟାରମ୍ୟାନ ନିରୁପମା ସାହୁ, କର୍ପୋରେଟର ବିରଞ୍ଜି ମହାସୁପକାର, ଅମରେଶ ଜେନା, ମଧୁସ୍ମିତା ପ୍ରଧାନ, ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ହିମାଂଶୁ ଛୋଟରାୟ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ସୁଭାଷିନୀ ପୃଷ୍ଟି, ସମାଜସେବୀ ଗୟାଧର ସ୍ୱାଇଁ,ପୂର୍ବତନ କର୍ପୋରେଟର ପ୍ରତାପ ସାହୁ ପ୍ରମୁଖ ଯୋଗ ଦେଇ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଶ୍ରୀ ସିଂ କହିଛନ୍ତି ଯେ ୨ୟ ଅଟଳ ଏକାମ୍ର ଧମାକା କ୍ରିକେଟ ଟୁର୍ଣ୍ଣାମେଣ୍ଟ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୁବ ବର୍ଗଙ୍କୁ ଖେଳ ପ୍ରତି ଆଗ୍ରହ ଜନ୍ମେଇବା। ଏହି ଟୁର୍ଣ୍ଣାମେଣ୍ଟ ଏକାମ୍ରର ଖେଳାଳିମାନଙ୍କୁ ଏକ ନୂଆ ଉତ୍ସାହ ଉଦ୍ଦୀପନା ଦେବ ଓ କ୍ରୀଡ଼ା କ୍ଷେତ୍ରରେ ଆଉ ଏକ ପାଦ ବଢ଼ାଇବ ଏକାମ୍ର ନିର୍ବାଚନ ମଣ୍ଡଳୀ। ବହୁ ସଂଖ୍ୟାରେ ଖେଳପ୍ରେମୀ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟକୁ ସଫଳ କରିବା ପାଇଁ ମୁଁ ନିବେଦନ କରୁଛି।