ଓଡିଶାକୁ ଆସିଲା ଡବଲ ଡେକର୍ ବସ୍

ବସର ଘଣ୍ଟା ପ୍ରତି ବେଗ ୪୫ କିମି ରହିଛି।

ଥରେ ଚାର୍ଜ କଲେ ଗଡିବ ୨୫୦ କିଲୋମିଟର

ଭୁବନେଶ୍ୱର, ୦୨/୦୧: ଆଗକୁ ଆସୁଛି ପ୍ରବାସୀ ଭାରତୀୟ ଦିବସ। ଏହା ପୂର୍ବରୁ ମୁମ୍ବାଇରୁ ଦୁଇଟି ନୂଆ ଇଲେକ୍ଟ୍ରିକ୍ ଡବଲ ଡେକର ବସ୍ ଓଡ଼ିଶାରେ ପହଞ୍ଚିଛି। ଏହି ବସ୍ ଆନ୍ଧ୍ରପ୍ରଦେଶ ଦେଇ ଓଡ଼ିଶାରେ ପହଞ୍ଚିଛି। ଏହି ଦୁଇଟି କମଳା ରଙ୍ଗର ବସରେ ଓଡ଼ିଶାର ସାଂସ୍କୃତିକ ଐତିହ୍ୟର ଝଲକ ରହିଛି। ଏହି ବସଗୁଡ଼ିକରେ କୋଣାର୍କ ସୂର୍ଯ୍ୟ ମନ୍ଦିର, ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ ଧଉଳି ସ୍ତୁପ ଭଳି ପ୍ରମୁଖ ସ୍ଥାନ ସହ କଟକ ବାଲିଯାତ୍ରାର ଛବି ରହିଛି।

ଜାନୁଆରି ୮ ତାରିଖରେ ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ଏହି ବସ୍ ଗୁଡ଼ିକର ପରୀକ୍ଷାମୂଳକ ଚଳାଚଳ କରାଯିବ। ଏହା ପରେ ସାଧାରଣ ଜନତାଙ୍କ ପାଇଁ ଚଳାଚଳ କରିବ। ଏହି ବସଟିରେ ୬୭ଟି ସିଟ୍ ବିଶିଷ୍ଟ କ୍ଷମତା ରହିଥିବା ବେଳେ ବେଗ ଘଣ୍ଟା ପ୍ରତି ୪୫ କିମି ରହିଛି। ବସଟି ଶୀତ ତାପ ନିୟନ୍ତ୍ରିତ ହୋଇଥିବା ବେଳେ ଏହାକୁ ଥରେ ଚାର୍ଜ କଲେ ଏସିରେ ୨୫୦ କିଲୋମିଟର ଗଡିବ। ସେହିପରି ବିନା ଏସିରେ ୩୦୦ରୁ ଅଧିକ କିଲୋମିଟର ଯିବ।