ସୁଭଦ୍ରା ପୋର୍ଟାଲରେ ନାମ ଯୋଡିବା ସୁବିଧା ଉପଲବ୍ଧ

ଭୁଲରେ ବାଦ ହୋଇଯାଇଥିଲେ କରିହେବ ପୁନଃସାମିଲ

ଭୁବନେଶ୍ୱର, ୧୧/୦୧: ସୁଭଦ୍ରା ପୋର୍ଟାଲରେ ନାମ ଯୋଡ଼ିବା (OPT IN) ସୁବିଧା ଉପଲବ୍ଧ କରାଯାଇଛି । ଏହା ଦ୍ୱାରା ଯେଉଁମାନେ ଭୁଲରେ ନାମ ବାଦ (OPT OUT) ହୋଇଯାଇଥିଲେ ସେମାନେ ପୁନର୍ବାର ସୁଭଦ୍ରାରେ ସାମିଲ ହେବାର ସୁଯୋଗ ପାଇପାରିବେ ।

ଏହି ସୁବିଧା ଉପଲବ୍ଧ ହେବା ପରେ ପ୍ରାୟ ୮୦୦୦ ରୁ ଅଧିକ ଆବେଦନକାରୀ ସୁଭଦ୍ରାରେ ପୁନଃସାମିଲ ହୋଇସାରିଛନ୍ତି । ତେଣୁ ଯେଉଁ ମାନେ ଭୁଲରେ ନାମ ବାଦ (OPT OUT) ହୋଇଯାଇଥିଲେ, ସେମାନେ ଏହାର ସୁବିଧା ନେବାକୁ ମହିଳା ଏବ ଶିଶୁ ବିକାଶ ବିଭାଗ ତରଫରୁ ସୂଚନା ଦିଆଯାଇଛି । ସେହିପରି ଖୁବ ଶୀଘ୍ର ଚତୁର୍ଥ ପର୍ଯ୍ୟାୟ ପ୍ରଥମ କିସ୍ତି ଅର୍ଥ ରାଶି ପ୍ରଦାନ କରାଯିବ । ହେଲେ ଏବେ ବି ଦୁଇ ଲକ୍ଷ ରୁ ଊଦ୍ଧ୍ୱର୍ ଆବେଦନକାରୀ ସେମାନଙ୍କର ଇ-କେୱାସି (e-KYC) କରିନାହାନ୍ତି ଅବା ଓଟିପି ମାଧ୍ୟମରେ ଇ-କେୱାସି କରିଛନ୍ତି । ଯୋଗ୍ୟ ବିବେଚିତ ହେଲେ ମଧ୍ୟ ସେମାନେ ଅର୍ଥରାଶି ପାଇବାରେ ଅସୁବିଧା ହେବ । ତେଣୁ ତୁରନ୍ତ ସେମାନେ ନିକଟସ୍ଥ ଜନସେବା କେନ୍ଦ୍ର ବା ମୋ ସେବା କେନ୍ଦ୍ର କୁ ଯାଇ ବାୟୋମେଟି୍ରକ୍‌ (bio-metric) ପଦ୍ଧତିରେ ନିଜର ଇ-କେୱାସି କରିନେବାକୁ ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି ।