ମାର୍ଚ୍ଚ ୨୧ରେ ଆଇପିଏଲ

ବିସିସିଆଇର ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ଏହି ସୂଚନା ଦେଇଛନ୍ତି।

ଫେବ୍ରୁଆରୀ ୭ରେ ଡବ୍ଲ୍ୟୁପିଏଲ

ମୁମ୍ବାଇ, ୧୨/୦୧: ଆସନ୍ତା ମାର୍ଚ୍ଚ ୨୧ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍। ଏ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ସୂଚନା ଦେଇଛନ୍ତି। ଏହା ସହିତ ମେ ୨୫ରେ ଫାଇନାଲ୍ ମ୍ୟାଚ ଖେଳାଯିବ ବୋଲି ସେ ନିଶ୍ଚିତ କରିଛନ୍ତି। ଇଡେନ୍ ଗାର୍ଡେନ୍ସରେ ଉଭୟ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଓ ଫାଇନାଲ୍ ଆୟୋଜନ କରିବ।

ସେହିପରି ମହିଳା ପ୍ରିମିୟର ଲିଗ୍ (ଡବ୍ଲ୍ୟୁପିଏଲ୍) ଫେବ୍ରୁଆରି ୭ରୁ ମାର୍ଚ୍ଚ ୨ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଡବ୍ଲୁପିଏଲ ପାଇଁ ଦୁଇଟି ନୂଆ ଭେନ୍ୟୁ ଯୋଡିବାକୁ ବିସିସିଆଇ ନିଷ୍ପତ୍ତି ନେଇଛି। ମୁମ୍ବାଇ ଓ ବାଙ୍ଗାଲୋର ସହିତ ଡବ୍ଲୁପିଏଲ୍ ଚଳିତ ବର୍ଷ ବରୋଦା ଓ ଲକ୍ଷ୍ନୌରେ ମଧ୍ୟ ଖେଳାଯିବ। ପୂର୍ବରୁ ରାଜୀବ ଶୁକ୍ଳା ଭୁଲବଶତଃ ମାର୍ଚ୍ଚ ୨୩ରେ ଆଇପିଏଲ ମ୍ୟାଚ ଅନୁଷ୍ଠିତ ନେଇ ଘୋଷଣା କରିଥିଲେ, ଯାହାକୁ ପରେ ସେ ମାର୍ଚ୍ଚ ୨୧କୁ ସଂଶୋଧନ କରିଥିଲେ।

ଆଇପିଏଲ୍ ୨୦୨୫ ମେଗା ନିଲାମ ଗତ ବର୍ଷ ନଭେମ୍ବରରେ ସାଉଦି ଆରବର ଜେଦ୍ଦାଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୋଟ ୧୮୨ ଜଣ ଖେଳାଳି ୬୩୯.୧୫ କୋଟି ଟଙ୍କାରେ ବିକ୍ରି ହୋଇଥିଲେ ଏବଂ ଋଷଭ ପନ୍ତ ସର୍ବାଧିକ ୨୭ କୋଟି ଟଙ୍କାରେ ବିକ୍ରି ହୋଇଥିଲେ।