ରାଜ୍ୟରେ ଲାଗୁ ହେଲା ଜାତୀୟ ଶିକ୍ଷା ନୀତି- ୨୦୨୦
୨୦୨୪-୨୫ରୁ ଲାଗୁ ହେବା ପାଇଁ ବିଜ୍ଞପ୍ତି ପ୍ରକାଶ
ବିଦ୍ୟାଳୟ ଶିକ୍ଷାରେ ରହିବ ୫+୩+୩+୪ ସୂତ୍ର
ଭୁବନେଶ୍ୱର, ୧୫/୦୧: ଚଳିତ ଶିକ୍ଷାବର୍ଷରୁ ସମସ୍ତ ସରକାରୀ ରାଜ୍ୟର ସ୍କୁଲମାନଙ୍କରେ ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଲାଗୁ କରିବା ପାଇଁ ବିଜ୍ଞପ୍ତି ଜାରି କରିଛି ଗଣଶିକ୍ଷା ବିଭାଗ। ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାରେ ସହାୟକ ହେବ ଜାତୀୟ ଶିକ୍ଷା ନୀତି। ଶୈକ୍ଷିକ ଢାଞ୍ଚାରେ ପରିବର୍ତ୍ତନ ହେବ। ଖୁବଶୀଘ୍ର ଏହାକୁ ଗାଇଡ ଲାଇନ ଜାରି କରାଯିବ।
୧୦+୨ ବଦଳରେ ୫+୩+୩+୪ ବ୍ୟବସ୍ଥା ଲାଗୁ କରାଯିବ। ଅର୍ଥାତ୍ ପ୍ରଥମ ୫ ବର୍ଷରେ ପିଲାମାନଙ୍କର ଭୌତିକ ବିକାଶ ଉପରେ ପ୍ରାଧାନ୍ୟ ଦିଆଯିବ।
ନୂତନ ଜାତୀୟ ଶିକ୍ଷାନୀତିର ଉଲ୍ଲେଖନୀୟ ବିଷୟଗୁଡ଼ିକ ହେଉଛି:
୫ ବର୍ଷ ମୌଳିକ ବା ଆଧାରଭୂତ(basic) ଶିକ୍ଷା।
1. ନର୍ସରୀ: ୪ ବର୍ଷ ବୟସରେ ଆରମ୍ଭ
2. ଜୁନିୟର କେଜି: ୫ ବର୍ଷ ବୟସରେ ଆରମ୍ଭ
3. ସିନିୟର କେଜି: ୬ ବର୍ଷ ବୟସରେ ଆରମ୍ଭ
4. ପ୍ରଥମ ଶ୍ରେଣୀ: ୭ ବର୍ଷ ବୟସରେ ଆରମ୍ଭ
5. ଦ୍ୱିତୀୟ ଶ୍ରେଣୀ ୮ ବର୍ଷ ବୟସରେ ଆରମ୍ଭ
୩ ବର୍ଷ ପ୍ରସ୍ତୁତି
6. ତୃତୀୟ ଶ୍ରେଣୀ ୯ ବର୍ଷ ବୟସରେ
7. ଚତୁର୍ଥ ଶ୍ରେଣୀ ୧୦ ବର୍ଷ ବୟସରେ
8. ପଞ୍ଚମ ଶ୍ରେଣୀ ୧୧ ବର୍ଷ ବୟସରେ
୩ ବର୍ଷ ମଧ୍ୟମ
9. ଷଷ୍ଠ ଶ୍ରେଣୀ ୧୨ ବର୍ଷ ବୟସରେ
10.ସପ୍ତମ ଶ୍ରେଣୀ ୧୩ ବର୍ଷ ବୟସରେ
11.ଅଷ୍ଟମ ଶ୍ରେଣୀ ୧୪ ବର୍ଷ ବୟସରେ
୪ ବର୍ଷ ମାଧ୍ୟମିକ
12.ନବମ ଶ୍ରେଣୀ ୧୫ ବର୍ଷ ବୟସରେ
13.ଦଶମ ଶ୍ରେଣୀ ୧୬ ବର୍ଷ ବୟସରେ
14.ଏକାଦଶ ଶ୍ରେଣୀ(ପ୍ରଥମ ବର୍ଷ ଜୁନିୟର କଲେଜ) ୧୭ ବର୍ଷ ବୟସରେ
15.ଦ୍ୱାଦଶ ଶ୍ରେଣୀ ( ଦ୍ୱିତୀୟ ବର୍ଷ ସିନିୟର କଲେଜ) ୧୮ ବର୍ଷ ବୟସରେ
ବିଶେଷ ସୂଚନା:-
ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ କେବଳ ମାତୃଭାଷା, ସ୍ଥାନୀୟ ଭାଷା ଏବଂ ଜାତୀୟ ଭାଷାରେ ଶିକ୍ଷା ଦିଆଯିବ। ଅବଶିଷ୍ଟ ଶ୍ରେଣୀରେ ସମ୍ପୂର୍ଣ୍ଣ ଇଂରାଜୀ କିମ୍ବା ଆଞ୍ଚଳିକ ଭାଷା ସହିତ ଇଂରାଜୀକୁ ଗୋଟିଏ ବିଷୟ ଭାବରେ ଶିକ୍ଷା ଦିଆଯିବ। ବିଦ୍ୟାଳୟ ଶିକ୍ଷା ୫+୩+୩+୪ ସୂତ୍ର ଅନୁଯାୟୀ ଶିକ୍ଷା ଦିଆଯିବ।