ହାଇଟେକ୍ ଗ୍ରୁପ୍ ସମାଜର ନିମ୍ନ ଓ ମଧ୍ୟବର୍ଗଙ୍କ ପାଇଁ ସର୍ବଦା ଉତ୍ସର୍ଗୀକୃତ
ପ୍ରଥମ ଘରୋଇ ହସ୍ପିଟାଲ୍ ଭାବେ ଗରିବ ପରିବାରକୁ ଯୋଗାଉଛି ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା
ଭୁବନେଶ୍ୱର, ୨୭/୦୧: ଭାରତ ସ୍ୱାଧୀନତାର ପରର୍ବୀ ୭୬ତମ ସାଧାରଣତନ୍ତ୍ର ଦିବସ ହାଇଟେକ୍ ଶିକ୍ଷା ସମୂହ ଅନୁଷ୍ଠାନ ମିଳିତ ଭାବେ ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ମହାସମାରୋହରେ ପାଳିତ ହୋଇଛି । ଏଥିରେ ହାଇଟେକ୍ ଶିକ୍ଷା ସମୂହ ଅନୁଷ୍ଠାନର ସହସ୍ରାଧିକ ଛାତ୍ରଛାତ୍ରୀ କେ.ଜି ରୁ ପିଜି ପର୍ଯ୍ୟନ୍ତ ଯୋଗ ଦେଇ ୭୬ତମ ସାଧାରଣତନ୍ତ୍ର ଦିବସକୁ ଖୁବ୍ ହୃଦୟତାର ସହ ପାଳନ କରିଛନ୍ତି । ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଦେବ ପ୍ରକାଶ ମିଶ୍ର ଯୋଗଦାନ କରିଥିବାବେଳେ ହାଇଟେକ୍ ଗ୍ରୁପ୍ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀ ସମ୍ଭାଷଣରେ କହିଥିଲେ ଯେ, ଓଡିଶାର ପ୍ରଥମ ଘରୋଇ ହସ୍ପିଟାଲ୍ ଭାବରେ ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲ ସହସ୍ରାଧିକ ଗରିବ ଓ ମଧ୍ୟବିତ୍ତ ପରିବାରଙ୍କୁ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଛି । ଏହି ସେବା ନିରନ୍ତର ଜାରି ରହିବା ସହ ଶିକ୍ଷା କ୍ଷେତ୍ରରେ ମଧ୍ୟ ସାହାଯ୍ୟ ସହଯୋଗର ହାତ ବଢାଇବାକୁ ଆହ୍ୱାନ ଦେଇଛନ୍ତି । ହାଇଟେକ୍ ଗ୍ରୁପ୍ର ପ୍ରତିଷ୍ଠାତା ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ପାଣିଗ୍ରାହୀ, ନିର୍ଦ୍ଦେଶକ ଡ.ରାକେଶ କୁମାର ପାଣିଗ୍ରାହୀ, ନିର୍ଦ୍ଦେଶକ ଇଂ ସନ୍ତୋଷ କୁମାର ଚୌଧୁରୀ, ନିର୍ଦ୍ଦେଶିକା ସାବିତ୍ରୀ ପାଣିଗ୍ରାହୀ, ନିର୍ଦ୍ଦେଶିକା ମଧୁସ୍ମିତା ତ୍ରୀପାଠୀ, ନିର୍ଦ୍ଦେଶିକା ଅଙ୍କିତା ପାଣିଗ୍ରାହୀ, ନିର୍ଦ୍ଦେଶିକା ପ୍ରୀତି ଚୌଧୁରୀ ଯୋଗ ଦେବା ସହ ହାଇଟେକ୍ ମେଡିକାଲ କଲେଜର ଅଧ୍ୟକ୍ଷ ପ୍ରଫେସର୍ ଡ. ରାଧାମାଧବ ତ୍ରୀପାଠୀ, ଉପାଧ୍ୟକ୍ଷା ପ୍ରଫେସର୍ ଡ. ଲିସା ଷଡଙ୍ଗୀ, ହୃଦ୍ ଚିକିତ୍ସାବିତ୍ ତଥା ଡିନ୍ ଓ ଡାଇରେକ୍ଟର ଡ. ଅକ୍ଷୟ କୁମାର ସାମଲ, ମେଡିକାଲ ସୁପରିଟେଣ୍ଡେ ଡ. ରବିନ୍ଦ୍ରନାଥ ବେହେରା ଉପସ୍ଥିତ ରହି ବିଦ୍ୟାର୍ଥୀମାନଙ୍କୁ ଦେଶ ସେବା ପାଇଁ ଉତ୍ସର୍ଗୀକୃତ ଜୀବନ ଅତିବାହିତ କରିବାକୁ ଆହ୍ୱାନ ଦେଇଥିଲେ । ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନର ବିଶିଷ୍ଠ ଶିକ୍ଷାବିତ୍ , ଡାକ୍ତର, ପ୍ରଫେସର୍, ଚିକିତ୍ସାବିତ୍ , ଲାବୋଟୋରୀ ଟେକ୍ନିସିଆନ୍ , ସଫେଇ କର୍ମଚାରୀଙ୍କର ନିରନ୍ତର ଉତ୍ସାହ ମୂଳକ ସେବା କାର୍ଯ୍ୟ ପାଇଁ ସମ୍ମାନିତ କରାଯିବା ସହ ହାଇଟେକ୍ ପବ୍ଲିକ୍ ସ୍କୁଲ ଓ ବିଜ୍ଞାନ ମହାବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କ ଦ୍ୱାରା ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଆଡ୍ମିନ୍ଷ୍ଟ୍ରେଟିଭ୍ ଅଫିସର୍ ଗୋପେଶ୍ୱର ଆଚାର୍ଯ୍ୟ ଉପସ୍ଥାପନା କରିଥିଲେ ।