ଇତିହାସର ଆଇନାରେ

ନଜର ପକାନ୍ତୁ ଆଜିର‌ ଦିନରେ ଘଟିଥିବା ଘଟଣାବଳୀ ସମୂହ।

ଆଜି ଓ ଆସନ୍ତାକାଲିର ‘ଦର୍ଶନ’

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମଦିବସ:-

୧. ବ୍ରହ୍ମବାନ୍ଧବ ଉପାଧ୍ୟାୟ (୧ ଫେବୃଆରୀ ୧୮୬୧ – ୨୭ ଅକ୍ଟୋବର ୧୯୦୭) କଲିକତାରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ସାମ୍ବାଦିକ, ଧର୍ମଶାସ୍ତ୍ରବିତ୍ ଥିଲେ। ଶାନ୍ତିନିକେତନ ପ୍ରତିଷ୍ଠାରେ ସେ ଶ୍ରୀ ରବୀନ୍ଦ୍ରନାଥ ଟାଗୋରଙ୍କୁ ସାହାଯ୍ୟ କରିଥିଲେ।

୨. ଏମିଲିଓ ଗିନୋ ସେଗ୍ରେ (୧ ଫେବୃଆରୀ ୧୯୦୫) ଜଣେ ଇଟାଲୀ-ଆମେରିକୀୟ ପଦାର୍ଥ ବିଜ୍ଞାନୀ ଏବଂ ନୋବେଲ ପୁରସ୍କାର ବିଜେତା ଜନ୍ମଗ୍ରହଣ କରିଥିଲେ ।

 

ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

୧. କଳ୍ପନା ଚାୱଲା (୧୭ ମାର୍ଚ୍ଚ ୧୯୬୨ – ୧ ଫେବୃଆରୀ ୨୦୦୩) ଜଣେ ଭାରତୀୟ ଆମେରିକୀୟ ମହାକାଶଚାରୀ ଥିଲେ। କଲମ୍ବିଆ ମହାକାଶ ଯାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୭ ଜଣ କ୍ରୁ ସଦସ୍ୟଙ୍କ ମଧ୍ୟରୁ ସେ ଅନ୍ୟତମ ଥିଲେ।

 

ଆଜିର ଦିନରେ ଘଟିଥିବା ଘଟଣାବଳୀ:-

୧୭୮୬- ଲର୍ଡ କର୍ଣ୍ଣୱାଲିସ ଭାରତର ଗଭର୍ଣ୍ଣର ଜେନେରାଲ ହୋଇଥିଲେ।

୧୭୯୦ – ନ୍ୟୁୟର୍କରେ ପ୍ରଥମ ଥର ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ସର୍ବୋଚ୍ଚ ନ୍ୟାୟାଳୟ ଅନୁଷ୍ଠିତ ହୋଇଥିଲା।

୧୭୯୩ – ଫ୍ରାନ୍ସ ବ୍ରିଟେନ ଓ ନେଦରଲାଣ୍ଡ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲା।

୧୭୯୭ – ଲର୍ଡ କର୍ଣ୍ଣୱାଲିସ ବେଙ୍ଗଲର ଗଭର୍ଣ୍ଣର ଜେନେରାଲ ଭାବରେ ଶପଥ ଗ୍ରହଣ କରିଥିଲେ।

୧୮୨୭ – ଏହି ଦିନ କଲିକତା ବେଙ୍ଗଲ କ୍ଲବ ପ୍ରତିଷ୍ଠା ହୋଇଥିଲା।

୧୮୫୫ – ପୂର୍ବ ଭାରତ ରେଳପଥର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଥିଲା।

୧୮୮୧ – ଦିଲ୍ଲୀର ସର୍ବପୁରାତନ କଲେଜ ସେଣ୍ଟ ଷ୍ଟିଫେନ୍ କଲେଜ ପ୍ରତିଷ୍ଠା ହୋଇଥିଲା।

୧୮୮୪ – ଡାକ ବୀମା ଯୋଜନା କାର୍ଯ୍ୟକାରୀ ହେଲା।

୧୯୦୮ – ପର୍ତ୍ତୁଗାଲର ରାଜା କାର୍ଲୋସ ପ୍ରଥମ ଓ ତାଙ୍କ ପୁଅଙ୍କୁ ଲିସବନରେ ହତ୍ୟା କରାଯାଇଥିଲା।

୧୯୨୨ – ମହାତ୍ମା ଗାନ୍ଧୀ ଭାରତର ଭାଇସରୟଙ୍କୁ ଅସହଯୋଗ ଆନ୍ଦୋଳନକୁ ତ୍ୱରାନ୍ୱିତ କରିବା ବିଷୟରେ ଅବଗତ କରାଇଥିଲେ।

୧୯୨୪ – ଯୁକ୍ତରାଷ୍ଟ୍ର ଆମେରିକା ବ୍ରିଟେନକୁ ସ୍ୱୀକୃତି ଦେଇଥିଲା।

୧୯୪୬ – ନରୱେ ର ନେତା ଟ୍ରେଗଭେ ଲାଇ ଜାତିସଂଘର ପ୍ରଥମ ସେକ୍ରେଟାରୀ ଜେନେରାଲ ଭାବେ ନିର୍ବାଚିତ ହୋଇଥିଲେ।

୧୯୫୩ – ନେଦରଲାଣ୍ଡ, ବେଲଜିୟମ, ଇଂଲଣ୍ଡ ଓ ସ୍କଟଲାଣ୍ଡରେ ନର୍ଥ ସି ବନ୍ୟାରେ ୨୫୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।

୧୯୫୮ – ସିରିଆ ଏବଂ ଇଜିପ୍ଟକୁ ୟୁନାଇଟେଡ଼ ଆରବ ରିପବ୍ଲିକରେ ମିଶ୍ରଣ କରାଯାଇଥିଲା, ଯାହା ୧୯୬୧ ପର୍ଯ୍ୟନ୍ତ ଚାଲିଥିଲା।

୧୯୭୨ – ଭାରତର ଅନ୍ତର୍ଜାତୀୟ ବିମାନ ଚଳାଚଳ ପ୍ରାଧିକରଣ ଗଠନ କରାଯାଇଥିଲା।

୧୯୭୬ – ଜାତୀୟ ସଂଳାପ କମିଟି ‘ସମାଚାର’ ଗଠନ କରାଗଲା।

୧୯୭୭ – ଭାରତୀୟ ତଟରକ୍ଷୀ ବାହିନୀ ଗଠନ କରାଯାଇଥିଲା।

୧୯୭୭ – ଭାରତର ପ୍ରଥମ ଜାତୀୟ ରେଳ ସଂଗ୍ରହାଳୟ, ଦିଲ୍ଲୀ ପ୍ରତିଷ୍ଠା କରାଯାଇଥିଲା ।

୧୯୭୭ – କେନ୍ଦ୍ର ଶାସିତ ଅଞ୍ଚଳ ଦିଲ୍ଲୀକୁ ‘ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀ’ ନାମ ଦିଆଯାଇଥିଲା।

୧୯୯୯ – ଟାଙ୍ଗୀ (ବାଂଲାଦେଶ)ରେ ଆନ୍ତର୍ଜାତିକ ଇସଲାମିକ ସିନୋଡ ଆୟୋଜନ କରାଯାଇଥିଲା।

୨୦୦୦ – ନ୍ୟୁ ମେକ୍ସିକୋର ଲସ୍ ଆଲାମୋସ୍ ନ୍ୟାସନାଲ ଲାବୋରେଟୋରିର ବୈଜ୍ଞାନିକମାନେ ଏଡ୍ସ ଜୀବାଣୁର ଉତ୍ପତ୍ତି ବିଷୟରେ ଘୋଷଣା କରିଥିଲେ।

୨୦୦୨ – ଆତଙ୍କବାଦୀମାନେ ଆମେରିକୀୟ ସାମ୍ବାଦିକ ଡାନିଏଲ ପର୍ଲଙ୍କ ମୁଣ୍ଡ କାଟି ହତ୍ୟା କରିଥିଲେ।

୨୦୦୯ – ଆଇସଲାଣ୍ଡର ରାଜନେତା ଜୋହାନା ସିଗୁରୋର୍ଡୋଟିର୍ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ତଥା ସମଲିଙ୍ଗୀ ଭାବେ ବିଶ୍ୱର ପ୍ରଥମ କୌଣସି ସରକାର ମୁଖ୍ୟ ହୋଇଥିଲେ।