ଯାଜପୁର, ୦୧/୦୨: ଏସଆଇଙ୍କୁ ଲାଞ୍ଚ ନେବା ପଡ଼ିଲା ମହଙ୍ଗା। ଜଣେ ବ୍ୟକ୍ତିଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ। ଏହି ଘଟଣାରେ ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ପୁଲିସ ସବ୍ ଇନ୍ସପେକ୍ଟର ଅଭୟ କୁମାର ନାୟକଙ୍କୁ ଭିଜିଲାନ୍ସ ଗିରଫ କରିଛି।
ସୂଚନା ଅନୁଯାୟୀ, ଅଭୟ ନାୟକ ଜଣେ ବ୍ୟକ୍ତିଙ୍କ ପାରିବାରିକ ସମସ୍ୟାର ସମାଧାନ ପାଇଁ ପୂର୍ବରୁ ୧୦୦୦ ଟଙ୍କା ନେଇଥିଲେ। ପରେ ପୁଣି ଆଉ ୪,୦୦୦ ଟଙ୍କା ମାଗିଥିଲେ। ଏଣୁ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଏ ନେଇ ଆଜି ଭିଜିଲାନ୍ସ ପକ୍ଷରୁ ଅଭିଯୁକ୍ତ ଅଭୟ ନାୟକଙ୍କୁ ଧରିବା ପାଇଁ ଜାଲ ବିଛା ଯାଇଥିଲା। ଅଭିଯୁକ୍ତ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା।